ଭୁବନେଶ୍ୱର,(ବାଘୁଆବାର୍ତ୍ତା): ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଆଜି ସଂଧ୍ୟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରେ ପହଞ୍ôଚ ଥିବା ବେଳେ ବିମାନ ବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ । ବିମାନ ବନ୍ଦରରୁ ବାହାରି ସିଧା ରାଜଭବନ ପରିସରରେ ପହଞ୍ôଚଛନ୍ତି ରାଷ୍ଟ୍ରପତି । ରାଜଭବନରେ ରାତ୍ରୀ ଯାପନ କରିବା ସହିତ ଆସନ୍ତା କାଲି ରାଉଲକେଲା ର ଏନଆଇଟି ସମାବର୍ତ୍ତନ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।






