ପୁରୀ, (ବାଘୁଆବାର୍ତ୍ତା): ଜୁନ୍ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏନେଇ ପୁରୀ ଜିଲ୍ଲା, ପୋଲିସ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ସମସ୍ତ ବିଭାଗ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଆଜି ରଥଯାତ୍ରା ପ୍ରଥମ ସମନ୍ଵୟ ଅନୁଷ୍ଠିତ ହେବ। ପୁରୀ ଟାଉନ ହଲ ଠାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆରଡିସି ଅଧ୍ୟକ୍ଷତା କରିବେ। ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରିଛି ପ୍ରଶାସନ। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ନେଇ ସମୀକ୍ଷା କରିବେ ଆରଡିସି। ରଥ କାଠ, ଦୌଡି ସଂଗ୍ରହ ସହ ବିଭିନ୍ନ ଭିତ୍ତିଭୂମି ବାବଦରେ ଆଲୋଚନା ହେବ। ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସେବାୟତ, ପରିଚାଳନା କମିଟି ସଦସ୍ୟ ଭାଗ ନେବେ।





