Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରି- ମାଟ୍ରିକ୍ ସ୍କଲାରସିପ୍ ସମ୍ବନ୍ଧୀୟ ପ୍ରଧାନ ଶିକ୍ଷକ ଙ୍କ କର୍ମଶାଳା

by ସଞ୍ଜୟ ସ୍ୱାଇଁ
March 13, 2025
in Nayagarh, State
ପ୍ରି- ମାଟ୍ରିକ୍ ସ୍କଲାରସିପ୍ ସମ୍ବନ୍ଧୀୟ ପ୍ରଧାନ ଶିକ୍ଷକ ଙ୍କ କର୍ମଶାଳା
160
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବଜେନ୍ଦ୍ର ଉଚ୍ଚବିଦ୍ୟଳୟ ଠାରେ ପ୍ରି- ମାଟ୍ରିକ୍ ସ୍କଲାରସିପ୍ ସମ୍ବନ୍ଧୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲାର ୧୮୦ ଜଣ ପ୍ରଧାନଶିକ୍ଷକ ଉପସ୍ଥିତି ଥିଲେ । ନୟାଗଡ ବ୍ଲକ ର ଗୋଷ୍ଠି ଶିକ୍ଷା ଅଧିକାରୀ, ଗୋଷ୍ଠି ମଙ୍ଗଳ ଅଧିକାରୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ବିଜ୍ଞାନ ସୁପରଫାଇଜର ଅଂଶଗ୍ରହଣ କରିଥିଲେ। କାର୍ମଶାଳା ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍କଲାରଶିପ୍ ପୋର୍ଟାଲ୍, ଯୋଗ୍ୟତା, ଆବଶ୍ୟକ ଦଲିଲପତ୍ର, ସମ୍ଭାବ୍ୟ ସମସ୍ୟାଗୁଡ଼ିକ ଏବଂ ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ସଂଖ୍ୟକ ସ୍କଲାରସିପ୍ ଯୋଜନାରେ ଅଂଶଗ୍ରହଣ କରାଇବା ପାଇଁ ଉପାୟ ଉପରେ ଆଲୋଚନା । କର୍ମଶାଳା ଅନୁସୂଚିତ ଜାତି, ଜନଜାତି ଏଵଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ପିରାମଲ୍ ଫାଉଣ୍ଡେସନ୍‌ର ସହଯୋଗରେ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲା ବିଜ୍ଞାନ ସୁପରଫାଇଜର ଶରତ ସାହୁ ଡ୍ରପ୍‌ଆଉଟ୍ ହାର କମେଇବାର ସ୍କଲାରସିପ୍ ଭୂମିକା ବିଷୟରେ ବକ୍ତବ୍ୟ ଦେଇଥିଲେ । ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତରଞ୍ଜନ ଦାଶ ଅନୁସୂଚିତ ଅଞ୍ଚଳ ସ୍କଲାରସିପ୍ ପ୍ରଧ୍ୟାନ ଉପରେ ଆଲୋକପାତ କରିଥିଲେ। ସ୍କଲାରସିପ୍ ପିରାମଲ ଫାଉଣ୍ଡେସନ ର ପ୍ରୋଗ୍ରାମ ଲିଡର ଜୟଶଙ୍କର ବାଗ , ଅମନ ମିଶ୍ର, ଖୁଶବୁ କୁମାରୀ ସ୍କଲାରସିପ୍ ଆବେଦନ ପ୍ରକ୍ରିୟା ଏବଂ ଦଲିଲପତ୍ର ସଠିକ୍ ଭାବରେ ପୂରଣ କରିବା ନିମନ୍ତେ ବିସ୍ତୃତ ଅଲୋଚନା କରିଥିଲେ । ଜିଲ୍ଲା ସମସ୍ତ ୨୩୬ ଟି ସ୍କୁଲର ସ୍କଲାରସିପ୍ ଆବେଦନ ସ୍ଥିତି ବିଷୟରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଥିଲା, ଯାହା ଦ୍ବାରା କମ ଆବେଦନ ହୋଇଥିବା ବିଦ୍ୟାଳୟ ର ସମସ୍ୟା ଏଵଂ ତାର ନିରାକରଣ ଉପରେ ଆଲୋଚନା ହୋଇଥିଲା । ଏହି କର୍ମଶାଳା ରେ ଅଂଶଗ୍ରାହୀ ସହିତ ଜିଲ୍ଲାସ୍କଲାରସିପ୍ କୋଡ଼ିନେଟର ମନୋଜ ପଟନାୟକ ଆବେଦନ ପ୍ରକ୍ରିୟା ସମ୍ବନ୍ଧୀୟ ଚ୍ୟାଲେଞ୍ଜ ଏବଂ ଯୋଗ୍ୟ କାର୍ଯ୍ୟ ଦିଗ ଉପରେ ଆଲୋଚନା କରିଥିଲେ। ଆୟୋଜକ ମାନେ ଆଗାମୀ କିଛି ମାସରେ ଏହି ପ୍ରକ୍ରିୟାକୁ ସୁସଂଘଟିତ କରିବା ପାଇଁ ସମସ୍ତ ଙ୍କ ଅତ୍ୟାବଶ୍ୟକ ସହଯୋଗ ଉପରେ ଆଲୋକପାତ ଦେଇଥିଲେ । କର୍ମଶାଳା ଜିଲ୍ଲା ସ୍କଲାରସିପ୍ କୋର୍ଡିନେଟର୍ ମନୋଜ ପାଟ୍ଟନାୟକ, ଜିଲ୍ଲା ବିଜ୍ଞାନ ସୁପରଫାଇଜର ଏବଂ ପିଏଫଇଏଲ ଟିମ୍‌ର ସଦସ୍ବ ଦ୍ବାରା ସଞ୍ଚାଳିତ ହୋଇଥିଲା। ଅନ୍ତିମରେ, ପିଏଫଇଏଲ ଟିମ୍‌ର ଜୟଶଙ୍କର ବାଗ ଧନ୍ୟବାଦ ଜ୍ଞାପନ ଦେଇ କାର୍ଯ୍ୟକ୍ରମର ସମାପନ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!