ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ ପରିବାର ପକ୍ଷରୁ ତାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ନୟାଗଡ଼ ସଦରଥାନା ଅନ୍ତର୍ଗତ ବୋଡ଼ାପଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କ ପୁଅ ଗୋବିନ୍ଦ ସ୍ୱାଇଁ ଇଟାମାଟି ଥାନା ଅଂଚଳର ଜଣେ ନାବାଳିକାକୁ ପ୍ରେମ କରି ଧରି ଚାଲି ଆସିଥିଲେ । ଗୋବିନ୍ଦ ନାବାଳିକାଙ୍କୁ ଧରି ନୟାଗଡ଼ ଏଚ୍ଡିଏଫ୍ସି ବ୍ୟାଙ୍କ ଗଳି ଲୋକନାଥ ନଗରରେ ଜଣଙ୍କ ଘରେ ଭଡ଼ା ନେଇ ରହୁଥିବା ବେଳେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । କୈାଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଘର ମାଲିକ ଏବଂ ଅନ୍ୟ କିଛି ଭଡ଼ାଟିଆ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ମୃତ୍ୟୁ ନିଶ୍ଚିତ ହୋଇଥିବା ଜଣାଯାଇଛି । ଗୋବିନ୍ଦଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ଘଟଣାର ଛାନଭିନ୍ ଚଳାଇଛି । ମୃତ ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।





