ନୟାଗଡ଼,(ବାଘୁଆବାର୍ତ୍ତା): ୨୪ତମ ବିଜେଡି ପ୍ରତିଷ୍ଠା ଦିବସ ଦଳିୟ କାର୍ଯ୍ୟାଳୟଠାରେ ପାଲିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତ କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଓଡ଼ିଶାରେ ଜନସାଧାରଣଙ୍କ ସମର୍ଥନରେ ବିଜେଡି ଅପାରଜେୟ ହୋଇଥିବା ବେଳେ ପଂଚମ ପାଳିର ସରକାର ବହୁତ କାର୍ଯ୍ୟକ୍ରମ ହାତକୁ ନେଇଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଂଚାଇବା ସହ ପ୍ରଚାର ପ୍ରସାର କରିବା ପାଇଁ ସେ ଦଳିୟ ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ମାଳତୀ ଗୁରୁ, ଲୋକନାଥ ସାହୁ, ରମେଶ ସାହୁ, ଗୁରୁପ୍ରସାଦ ଜେନା, ବସନ୍ତ ରଥଶର୍ମା, ଶବଣ କୁମାର ରାମ, ଜୟଶ୍ରୀ ଦାଶ, ସୂର୍ଯ୍ୟ ନାରାୟଣ ଚୈାଧୁରୀ, ରବିନ୍ଦ୍ର ନାଥ, ଜଗନ୍ନାଥ ପଣ୍ଡା, ଶେଖ୍ ନଇମ୍, ଅଜିତ ପ୍ରସାଦ ସାହୁ, ବିରଜାଲକ୍ଷ୍ମୀ ସାହୁ, ନିତ୍ୟାନନ୍ଦ ପ୍ରଧାନ ପ୍ରମୂଖ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଆୟୋଜିତ ରକ୍ତଦାନ ଶିବିରରେ ୧୬୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।






