Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରସବ ଅଧାରୁ ଛାଡି ଡାକ୍ତର ଛୁ

by ସଞ୍ଜୟ ସ୍ୱାଇଁ
March 19, 2020
in Health
ପ୍ରସବ ଅଧାରୁ ଛାଡି ଡାକ୍ତର ଛୁ
14
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ବ୍ଲକ୍ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଏକ ଅଘଟଣ । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି । ଜଣେ ଗର୍ଭବତୀ ମହିଳାଙ୍କ ଅଧା ପ୍ରସବ ବେଳେ ଲେବର ରୁମ୍ ଛାଡି ଡାକ୍ତର ପଳାଇଯାଇଥିବା ଜଣାପଡିଛି । ଚିକିତ୍ସା ଅବହେଳାରୁ ନବଜାତକ ଶିଶୁ ମୃତ୍ୟୁକୁ ନେଇ ଏ ଅଭିଯୋଗ କରିଛନ୍ତି ପରିବାର ଲୋକ । ରଣପୁର ବ୍ଲକ୍ ଅନ୍ତର୍ଗତ ସାନକିଲ ଗାଁର ପ୍ରମୋଦ ସାହୁଙ୍କ ପତ୍ନୀଙ୍କର ପ୍ରସବ ଜନ୍ତ୍ରଣା ହେବାରୁ ତାଙ୍କୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏକ ଶିଶୁପୁତ୍ର ଜନ୍ମ ବେଳେ ପ୍ରସବ ଅଧାରୁ ଛାଡି ଡାକ୍ତର ପଳାଇଯାଇଥିବା ଅଭିଯୋଗ ହୋଇଛି । ଷ୍ଟାଫ୍ ନର୍ସମାନେ ଶିଶୁପୁତ୍ରକୁ ପ୍ରସବ କରାଇଥିବା ବେଳେ ଉକ୍ତ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ପ୍ରମୋଦ ଅଭିଯୋଗ କରିଛନ୍ତି । ପୂର୍ବରୁ ପ୍ରମୋଦ ଓ ତାଙ୍କ ପତ୍ନୀଙ୍କୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୁତିରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିବା ଡାକ୍ତର ଏସ୍‌. ଜିବ୍ରାଇଲ ଖାଁଙ୍କ ପାଖରେ ଚିକିତ୍ସା ହେଉଥିଲେ । ଏପ୍ରିଲ ମାସ ୪ ତାରିଖରେ ପ୍ରସବ ହେବ ବୋଲି ଡାକ୍ତର ତାରିଖ ଦେଇଥିଲେ । ମାସେ ପୂର୍ବରୁ ପ୍ରମୋଦ ତାଙ୍କ ପତ୍ନୀଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ଅଭିଯୋଗ କ୍ରମେ ଡାକ୍ତର ପ୍ରସବ ପାଇଁ ଇଞ୍ଜେକ୍‌ସନ ଦେଇ ଅଧା ପ୍ରସବ ବେଳେ ଛାଡି ପଳାଇଯାଇଥିବା ପ୍ରମୋଦ ଏବଂ ତାଙ୍କ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!