Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରାରମ୍ଭିକ ପ୍ରଶିକ୍ଷଣ ବର୍ଗ ଆୟୋଜିତ

by ସଞ୍ଜୟ ସ୍ୱାଇଁ
May 8, 2025
in Nayagarh, State
ପ୍ରାରମ୍ଭିକ ପ୍ରଶିକ୍ଷଣ ବର୍ଗ ଆୟୋଜିତ
281
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ,ନୟାଗଡ଼ ନଗର ଓ ଖଣ୍ଡ ଆନୁକୁଲ୍ୟରେ ତିନି ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣବର୍ଗ ମହା ସମାରୋହରେ ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ ରାମକୃଷ୍ଣ ଆଦର୍ଶ ବିଦ୍ୟାଳୟ, ନୟାଗଡ ପରିସରରେ ଆୟୋଜିତ ଉତ୍ସବରେ ଜିଲ୍ଳା ସଂଘଚାଳକ ସୁକାନ୍ତ ରଣସିଂହ,ନଗର ସଂଘଚାଳକ ଦୟାନିଧି ରଥ , ଜିଲ୍ଲା ସମ୍ପର୍କପ୍ରମୁଖ ଡ ସନ୍ତୋଷ କୁମାର ସାହୁ ଓ ସର୍ବ ବ୍ୟବସ୍ଥା ପ୍ରମୁଖ ଭାବେ ବିଦ୍ୟାଳୟର ସମ୍ପାଦକ ଶ୍ରୀଧର ସାହୁ ଯୋଗଦେଇ ମା ଭାରତୀଙ୍କୁ ପୂଜନ ପୂର୍ବକ କାର୍ଯକ୍ରମ ର ଉଦ୍ଘାଟନ କରିଥିଲେ।

ଉକ୍ତ ବର୍ଗରେ ଜିଲ୍ଲା ପ୍ରଚାରକ ଜନାର୍ଦ୍ଦନ ମହାନ୍ତି, ଜିଲ୍ଲା ବୌଦ୍ଧିକ ପ୍ରମୁଖ ଗୋପାଳ ଚନ୍ଦ୍ରସ୍ବାଇଁ, ନଗର କାର୍ଯଵାହ ଧର୍ମେନ୍ଦ୍ର ସାହୁ, ଜିଲ୍ଲାସହ କାର୍ଯବାହ ପ୍ରକାଶ ପ୍ରଧାନ, ସେବା ପ୍ରମୁଖ ଜିତେନ୍ଦ୍ର ସ୍ବାଇଁ, ନଗର ସହଶାରୀରିକପ୍ରମୂଖ ନିର୍ମଳ ପ୍ରଧାନ , ଜିଲ୍ଲା ଘୋଷ ପ୍ରମୁଖ ରାକେଶ ବେଦପ୍ରକାଶ , ନଗର ସମ୍ପର୍କ ପ୍ରମୁଖ ସଂଗ୍ରାମ ସକ୍ସେନା ଆଦି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶାରୀରିକ ଓ ବୌଦ୍ଧିକ ଅଭ୍ୟାସକୁ ପରିଚାଳନା କରିଥିଲେ।

ଉଦଯାପନ ଉତ୍ସବରେ ମୁଖ୍ୟବକ୍ତା ଭାବେ ପଦାର୍ଥବିଜ୍ଞାନ ଅଧ୍ୟାପକ ଉମାକାନ୍ତ ତ୍ରିପାଠୀ ଯୋଗଦେଇ ଜୀବନରେ ଦେଶ ଭକ୍ତିର ପ୍ରକଟିକରଣ ବିଷୟରେ ବକ୍ତବ୍ୟ ରଖିଥିଲେ। ୫୦ରୁ ଅଧିକ ସ୍ବୟଂ ସେବକ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସୂର୍ଯ୍ୟନମସ୍କାର, ଆସନ ଦଣ୍ଡ ଚାଳନା, ନିୟୁଧ ଓ ଦେଶାତ୍ମକ ଗୀତର ଅଭ୍ୟାସ କରି ଥିଲେ। ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା, ଗୁରୁଜୀ, ଗୁରୁମା ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରୁଥିଲେ।

କଫ ସିରପ ଚୋରି, ଏଏସଆଇ ନିଲମ୍ବିତ

କଫ ସିରପ ଚୋରି, ଏଏସଆଇ ନିଲମ୍ବିତ

May 23, 2025
ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

May 23, 2025
ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

May 23, 2025
ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!