ନୟାଗଡ଼,(ବାଘୁଆବାର୍ତ୍ତା): ସରକାରୀ ଅବହେଳା ପ୍ରତିବାଦରେ ଆଜିଠାରୁ ପ୍ରାଣୀ ଚିକିତ୍ସକମାନେ କଳାବ୍ୟାଚ ପରିଧାନ କରିଛନ୍ତି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସମେତ ୨୭ ଜଣ ପ୍ରାଣୀ ଚିକିତ୍ସକ କଳାବ୍ୟାଚ ପରିଧାନ କରିଥିବା ଜଣାଯାଇଛି । ଏନେଇ ପ୍ରାଣୀ ଚିକିତ୍ସକମାନେ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ସେମାନଙ୍କ ଦାବି ପୂରଣ ନହେଲେ ଅପ୍ରେଲ ୧୫ ତାରିଖରୁ ଡିଜିଟାଲ ସେବା ବର୍ଜ୍ଜନ ଏବଂ ମେ ୧ ତାରିଖରୁ କମଲ ଛାଡ଼ ଆନ୍ଦୋଳନ କରିବାକୁ ସୂଚନା ଦେଇଛନ୍ତି । ଏହା ବାଦ ମେ ୧୫ ତାରିଖରୁ ସମୂହ ଛୁଟି ଏବଂ ମେ ୨୫ ତାରିଖରୁ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି ।





