Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମ୍ବଲପୁରରେ ହେଭିୱେଟ୍ ଲଢେଇ, ପ୍ରଣବ ବନାମ ଧର୍ମେନ୍ଦ୍ର

by ସଞ୍ଜୟ ସ୍ୱାଇଁ
March 27, 2024
in Politics, State
ସମ୍ବଲପୁରରେ ହେଭିୱେଟ୍ ଲଢେଇ, ପ୍ରଣବ ବନାମ ଧର୍ମେନ୍ଦ୍ର
129
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁରରେ ଏଥର ହେଭିୱେଟଙ୍କ ଲଢେଇ । ମୁହାଁମୁହିଁ ହେବେ କେନ୍ଦ୍ରମନ୍ତ୍ରୀ ଆଉ ବିଜେଡି ସାଙ୍ଗଠନିକ ସମ୍ପାଦକ । ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକେଟ୍ ଦେଇସାରିଥିବାବେଳେ, ଆଜି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ତେଣୁ ଏଥର ସମ୍ବଲପୁରରେ ବବି ବନାମ ଧର୍ମେନ୍ଦ୍ର ମୁହାଁମୁହିଁ ହେବା ପକ୍କା ହେଇଛି । ଗତ କିଛି ମାସ ହେଲା ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ସମ୍ବଲପୁର ଗସ୍ତ କରୁଥିଲେ । ସେଠାରେ ସଙ୍ଗଠନକୁ ମଝବୁତ୍ କରିବାକୁ ଚେଷ୍ଟା ଚଳାଇଥିଲେ । ତେଣୁ ଏଠାରୁ ସେ ପ୍ରାର୍ଥୀ ହେବା ପକ୍କା ବୋଲି କୁହାଯାଉଥିଲା । ଆଉ ଅନୁମାନକୁ ସତ କରି ବିଜେପି କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିଥିଲେ । ଅନ୍ୟପଟେ ପ୍ରଣବ ପ୍ରକାଶ ଦାସ ମଧ୍ୟ ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ରହିଥିଲେ । ତେଣୁ ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବାକୁ ବିଜେଡି ଏଠାରେ ନିଜର ସାଙ୍ଗଠନିକ ସମ୍ପାଦକଙ୍କୁ ଆଗକୁ ଆଣିଛି ବୋଲି କୁହାଯାଉଛି । ସମ୍ବଲପୁର ଲୋକସଭା ଆସନ ଗତଥର ବିଜେପି ହାତରେ ରହିଥିଲା । ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଏହି ଆସନରୁ ନିର୍ବାଚିତ ହେଇଥିଲେ । ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ ହରାଇ ସେ ବିଜୟ ହାସଲ କରିଥିଲେ । ହେଲେ ୨୦୧୯ରୁ ୨୦୨୪ ଭିତରେ ସମ୍ବଲପୁର ରାଜନୀତିରେ ଢେର ପରିବର୍ତ୍ତନ ଆସିଛି । ବିଜେପି ଏଠାରେ କେନ୍ଦ୍ରମନ୍ତ୍ରୀଙ୍କୁ ନିଜର ଯୋଦ୍ଧା ଘୋଷଣା କରିଥିବାବେଳେ, ବିଜେଡି ନିଜର ସାଙ୍ଗଠନିକ ସମ୍ପାଦକଙ୍କୁ ସେନାପତି ବାଛିଛି । ତେଣୁ ଦେଖିବା ବାକି ରହିଲା ସମ୍ବଲପୁର ଭୋଟର କାହାକୁ ସଂସଦ ପଠାଉଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!