ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାରଙ୍କ ହରିଜନ ଆଦିବାସୀ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ଉନ୍ନୟନର ପ୍ରମୂଖ ଶାସନ ସଚିବ ରଂଜନା ଚୋପ୍ରା ଅଚାନକ୍ ନୟାଗଡ଼ ଗ୍ରସ୍ତ କରିଛନ୍ତି । ସେ ନୟାଗଡ଼ ନିକଟସ୍ଥ ସୋଲପଟାଠାରେ ଗଢ଼ି ଉଠିଥିବା କୁକୁଡ଼ା ଫାର୍ମ ପରିଦର୍ଶନ କରିଥିଲେ । ଏଠାରେ ୬୦ ହଜାର କୁକୁଡ଼ା ରହିବା ପାଇଁ ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ୪୦ ହଜାର କୁକୁଡ଼ା ରହିଥିବା ଜଣାପଡ଼ିଛି । ଏହି ଫାର୍ମରୁ ଦୈନିକ ୩୪ ହଜାର ଅଣ୍ଡା ଉତ୍ପାଦିତ ହେଉଛି । ଶାସନ ସଚିବ ଏହି ଫାର୍ମ ବୁଲିବା ସହିତ ଏହି ଫାର୍ମ ଦ୍ୱାର କେତେ ଲୋକ ଉପକୃତ୍ତ ହେଉଛନ୍ତି ଏବଂ ଆଗାମୀ ଦିନରେ ଏହା କିପରି ଆହୁରୀ ବ୍ୟାପକ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । ସଚିବଙ୍କ ସହିତ ଜିଲ୍ଲାପାଳ ଡ. ପୋମା ଟୁଡୁ ପଷ୍ଠଳୂ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ନୟାଗଡ଼ ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ, ଓଡ଼ଗାଁ ବିଡିଓ ଏବଂ ଓଡ଼ଗାଁ ସହକାରୀ ପଶୁ ଚିକିତ୍ସାଧିକାରୀ ପ୍ରମୂଖ ପରିଦର୍ଶନରେ ଯାଇଥିଲେ ।





