ଭୁବନେଶ୍ଵର, (ବାଘୁଆବାର୍ତ୍ତା): ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ। ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଦିନ ୧୦ଟାରେ କଟକ ବଜ୍ରକବାଟି ରୋଡ୍ସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାର ୯୬.୪୦ ପ୍ରତିଶତ ରହିଛି। ମାଟ୍ରିକ୍ ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ପରୀକ୍ଷା ଫଳ ମଧ୍ୟାହ୍ନ ୧୨ ଟାରେ ବୋର୍ଡ ୱେବ୍ସାଇଟରେ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ www.bseodisha.ac.in ରୁ ପରୀକ୍ଷାଫଳ ଡାଉନ୍ଲୋଡ୍ କରିପାରିବେ । ମୋବାଇଲ୍ ଏସ୍ଏମ୍ଏସ୍ ଦ୍ୱାରା ମଧ୍ୟ ପରୀକ୍ଷା ଫଳ ଜାଣିହେବ । ପରୀକ୍ଷାର୍ଥୀ ନିଜ ମୋବାଇଲରୁ OR10 ଟାଇପ୍ କରି ୫୬୭୬୭୫୦ ନମ୍ୱରକୁ ପଠାଇ ଫଳାଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । A-1 ରେ 4158, A-2 ରେ 29838 ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି B-1 ରେ 77567, B-2 ରେ 118750 ଛାତ୍ରଛାତ୍ରୀ ପାସ କରିଛନ୍ତି ।





