ମୁମ୍ବାଇ, (ବାଘୁଆବାର୍ତ୍ତା): ଓଲିଉଡରୁ ବଲିଉଡ୍ ଯାତ୍ରା କରିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ। ସେ ପ୍ରାୟତଃ ନିଜର ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରନ୍ତି। ନିକଟରେ ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇଣ୍ଟରନେଟରେ ନିଆଁ ଲଗାଇଛି। ପ୍ରକୃତି ଇନଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଲୋକପ୍ରିୟ ଗୀତ ଟିପ୍ ଟିପ୍ ବର୍ଷା ପାଣିରେ ହଟ୍ ଡ୍ୟାନ୍ସ ପ୍ରଦର୍ଶନ କରୁଥିବା ଦେଖାଯାଇଛି। ତାଙ୍କସହ କୋରିଓଗ୍ରାଫର୍ ଅରୁନ୍ଧତି ମଧ୍ୟ ନଜର ଆସିଛନ୍ତି। ଭିଡିଓ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, “ଏହି ଶୀତକୁ ଅଧିକ ଉପଯୋଗ କରିବା। ମୋର ଏବଂ ଆମର ନିଜସ୍ୱ ଏକ ଚମତ୍କାର ପ୍ରଦର୍ଶନ।” ଏହି ଭିଡିଓରେ ପ୍ରକୃତି ବହୁତ ହଟ୍ ଆଣ୍ଡ ଗ୍ଲାମରସ୍ ଦେଖାଯାଉଛନ୍ତି। ଏଥିରେ ଅଭିନେତ୍ରୀ ସାଢୀ ପିନ୍ଧି ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ସାଢୀ ଫ୍ୟାଣ୍ଟାସୀ ଫ୍ୟାଶନ୍ ଦ୍ୱାରା ଡିଜାଇନ୍ ହୋଇଥିବାବେଳେ ଭିଡିଓଟି ଅରୁନ୍ଧତୀ ଗଡନାୟକଙ୍କ ଦ୍ୱାରା କୋରିଓଗ୍ରାଫ୍ କରାଯାଇଛି। ଅଭିନେତ୍ରୀଙ୍କ ଏହି ଭିଡିଓ ସେୟାର ହେବା ମାତ୍ରେ ଏହା କିଛି ସମୟ ମଧ୍ୟରେ ଭାଇରାଲ ହେବାରେ ଲାଗିଛି। ୬୦,୦୦୦ ରୁ ଅଧିକ ନେଟିଜେନ ଅଭିନେତ୍ରୀଙ୍କ ଏହି ବୋଲ୍ଡ ଅନ୍ଦାଜକୁ ଖୁବ୍ ପସନ୍ଦ କରୁଛନ୍ତି।