କନ୍ଧମାଳ ସାହିତ୍ୟ ମହୋତ୍ସବ
କନ୍ଧମାଳ, (ବାଘୁଆବାର୍ତ୍ତା) : କେଏଲ୍ଏଫ୍ ଦ୍ୱାରା ଆୟୋଜିତ କନ୍ଧମାଳ ସାହିତ୍ୟ ମହୋତ୍ସବ ଦ୍ୱିତୀୟ ଦିବସରେ କଥାକାର ପ୍ରଫେସର ଜ୍ୟୋତି ନନ୍ଦଙ୍କ ଜନ୍ମଦିନ ଧୂମଧାମରେ ପାଳନ କରାଯାଇଛି । ସାହିତ୍ୟ ସଭା ଚାଲିଥିବା ବେଳେ ଯୋଜନା ବଦ୍ଧ ଭାବେ ଘଟଣା ସଂମ୍ପର୍କରେ ଅବଗତ ନକରାଯାଇ ଶ୍ରୀ ନନ୍ଦଙ୍କୁ ସଭମଂଚକୁ ଡକା ଯାଇଥିଲା । ଏହା ପରେ ପୂର୍ବ ପ୍ରସ୍ତୁତି ଅନୁସାରେ ଶ୍ରୀ ନନ୍ଦଙ୍କୁ ସାମନାରେ ଜନ୍ମଦିନ କେକ୍ ରଖାଯାଇ ତାଙ୍କୁ କାଟିବାକୁ ଅନୁରୋଧ କରାଯାଇଥିଲା । ଗୀତର ତାଳେ ତାଳେ ସାହିତ୍ୟ ସଷ୍ଟ୍ରାମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କିଛି ସମୟ ପାଇଁ ନାଚ ଗୀତ କରାଯାଇଥିଲା । ଏହାପରେ ଆପଣଙ୍କୁ କିପରି ଲାଗୁଛି ପ୍ରଶ୍ନରେ, ଶ୍ରୀ ନନ୍ଦ ‘ମୁଁ ବିଭୋର’ ବୋଲି କହିଥିଲେ ।






