Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହଟହଟା ହେଲେ ପ୍ରଦୀପ

by ସଞ୍ଜୟ ସ୍ୱାଇଁ
August 25, 2023
in Politics, State
ହଟହଟା ହେଲେ ପ୍ରଦୀପ
303
VIEWS
Share on FacebookShare on Twitter

ଗୋପାଳପୁର, (ବାଘୁଆବାର୍ତ୍ତା): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ । ବ୍ରହ୍ମପୁରରେ ପହଞ୍ଚିବା ପରେ ଲାଗିଲା ଗୋ ବ୍ୟାକ୍ ନାରା । ବିଧାୟକଙ୍କ ଗାଡ଼ିକୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଲୋକେ। ନିଜ ନିର୍ବାଚନମଣ୍ଡଳୀ ଗସ୍ତରେ ବିରୋଧର ସାମନା କରି ହଟହଟା ହୋଇଛନ୍ତି ପ୍ରଦୀପ । ତାଙ୍କୁ ଲାଞ୍ଜିପଲ୍ଲୀ ଓଭରବ୍ରିଜ ନିକଟରେ ଅଟକାଇଥିଲେ ସ୍ଥାନୀୟ ଲୋକେ। କଳା ପତାକା ପ୍ରଦର୍ଶନ କରିବା ସହ ଗାଡ଼ି ସାମନାରେ ଠିଆ ହୋଇ ବାଟ ଓଗାଳିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ପୋଲିସ ପହଞ୍ଚିଥିଲା । ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ପ୍ରଦୀପଙ୍କ ନାଁରେ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ଚାର୍ଜଫ୍ରେମ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଲୋକଙ୍କୁ ଠକିଥିବା ବିଧାୟକଙ୍କୁ ନିର୍ବାଚନମଣ୍ଡଳୀରେ ପୂରାଇ ନଦେବାକୁ ବିକ୍ଷୋଭ କରିଛନ୍ତି ସ୍ଥାନୀୟ ଲୋକେ। ଲୋକଙ୍କ ପଇସା ଫେରାଇବାକୁ ନାରାବାଜି କରିବା ସହ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଛନ୍ତି । ପ୍ରଦୀପଙ୍କ ହୀନସ୍ତା ଦେଖି ବ୍ରହ୍ମପୁର ବିଜେପିର ପ୍ରମୁଖ କର୍ମକର୍ତ୍ତା ତାଙ୍କ ସପକ୍ଷରେ ବାହାରିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇର ଶିକାର କ୍ଷତିଗ୍ରସ୍ତ ମଞ୍ଚ ପକ୍ଷରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୋପାଳପୁର ମାଟିରେ ପୂରାଇ ନଦେବାକୁ ଧମକ ଦିଆଯାଇଥିଲା । ଟଙ୍କା ନ ଫେରାଇଲେ ଆଗକୁ ଆହୁରି ବିରୋଧ କରାଯିବ ବୋଲି କ୍ଷତିଗ୍ରସ୍ତ ମଞ୍ଚ ଚେତାବନୀ ଦେଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!