Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୬୫୦ କିମି ଚାଲି ଚାଲି ଅତିକ୍ରମ ପରେ, ପଠାଗଲା ଗାଡ଼ି

by Anil Panda
May 14, 2020
in Breaking
୬୫୦ କିମି ଚାଲି ଚାଲି ଅତିକ୍ରମ ପରେ, ପଠାଗଲା ଗାଡ଼ି
21
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାର ପ୍ରବାସୀଙ୍କୁ ଫେରିବାକୁ ଅନୁମତି ଦେବା ପରେ ବିଭିନ୍ନ ବସ୍ ଓ ଟ୍ରେନ ଯୋଗେ ଜିଲ୍ଲାକୁ ଅନେକ ପ୍ରବାସୀ ଫେରୁଥିବା ବେଳେ କିଛି ପ୍ରବାସୀ କୈାଣସି ସୁବିଧା ନପାଇ ଚାଲି ଚାଲି ତଥା ବାଇକ୍ ଯୋଗେ ଫେରୁଥିବା ଜଣାଯାଇଛି । ଏହି ପ୍ରରିପ୍ରେକ୍ଷିରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଂଚଳର କିଛି ପ୍ରବାସୀ ଶ୍ରମିକ ୬୫୦ କିମି ଚାଲି ଚାଲି ଆସିବା ପରେ ପ୍ରଶାସନ ଖବରପାଇ ସେମାନଙ୍କୁ ଆଣିବା ପାଇଁ ଗାଡ଼ି ପଠାଇଥିବା ଜଣାଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଂଚଳର ୧୪ ଜଣ ଏବଂ ନୟାଗଡ଼ର ଜଣେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ବିଜୟୱାଡ଼ା ନିକଟବର୍ତ୍ତୀ ବାପୁଲାପାଡ଼ୁଠାରେ ଅବସ୍ଥିତ ସୂତାକଳରେ କାମ କରୁଥିଲେ । କରୋନା ମହାମାରୀ ଏବଂ ଲକ୍‌ଡାଉନ୍ ପାଇଁ ସେଠାରେ କାମ ବନ୍ଦ ହୋଇଯାଇଥିବା ବେଳେ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥିବା ଏହି ବ୍ୟକ୍ତିମାନେ ଚଳିତମାସ ୯ ତାରିଖରେ ଘରକୁ ଫେରିବା ପାଇଁ ବାହାରିଥିଲେ । ସେମାନେ ଦୀର୍ଘ ୫ ଦିନରେ ୬୫୦ କିଲୋମିଟର ବାଟ ଅତିକ୍ରମ କରି ଆସିବା ପରେ ଆଜି ବ୍ରହ୍ମପୁର ନିକଟସ୍ଥ ଗୋଳମଥରା ଥାନାଠାରେ ପଂହଚି ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ସରପଂଚ ଗଣେଶ୍ୱର ନାୟକଙ୍କୁ ଯୋଗାଯୋଗ କରିଥିଲେ । ସ୍ଥାନୀ ୟସରପଂଚ ଏନେଇ ଦଶପଲ୍ଲା ବିଡିଓଙ୍କୁ ଜଣାଇବା ପରେ ବିଡିଓ ନୟାଗଡ଼ ଉପଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଫଳରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଏହି ପ୍ରବାସୀଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ସେଠାରେ ଅପେକ୍ଷା କରିବାକୁ କହିବା ସହ ସ୍ଥାନୀୟ ପୁଲିସକୁ ଦେଖାରଖା କରିବା ଦାୟିତ୍ୱ ଦେଇଥିଲେ । ପରେ ନୟାଗଡ଼ ଜିଲ୍ଲାରୁ ଏକ ସ୍ୱତନ୍ତ୍ର ଗାଡ଼ି ଏହି ପ୍ରବାସୀଙ୍କୁ ଫେରାଇ ଆଣିବାକୁ ପଠାଯାଇଥିବା ଜଣାପଡ଼ିଛି । ସେମାନେ ନୟାଗଡ଼ ଫେରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!