ପୁରୀ, (ବାଘୁଆବାର୍ତ୍ତା): ବିଶିଷ୍ଟ ପ୍ରବଚକ ଚାରଣ ରାମଦାସଙ୍କ ମହାମାରୀ କରୋନାରେ ପରଲୋକ ହୋଇଛି । କିଛିଦିନ ହେଲା ସେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସା ହେଉଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ରାତିରେ ତାଙ୍କର ପରଲୋକ ହୋଇଛି । ପ୍ରବଚକ ଚାରଣ ରାମଦାସ ବିଭିନ୍ନ ଟେଲିଭିଜନରେ ପ୍ରବଚନ ଦେଇ ରାଜ୍ୟର ଜଣେ ଲୋକପ୍ରିୟ ପ୍ରବଚକ ଭାବେ ପରିଚିତ ହୋଇ ଥିଲେ । ତାଙ୍କର ଏ ପରଲୋକ ଖବର ପ୍ରକାଶିତ ହେବା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ଚାରଣ ରାମଦାସ କରୋନା ସଂକ୍ରମିତ ହେଲା ପରେ ତାଙ୍କୁ ପୁରୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଫୁସଫୁସ୍ ସଂକ୍ରମଣ ହେବାରୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।






