ପାଟଣା, (ବାଘୁଆବାର୍ତ୍ତା): ଜମାକାରୀଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ପାଟଣା ପୋଷ୍ଟ ଅଫିସର ପୂର୍ବତନ ପୋଷ୍ଟ ମାଷ୍ଟରଙ୍କୁ ଗିରଫ କରାଯାଇଛି । ଗିରଫ ପୋଷ୍ଟ ମାଷ୍ଟର ମୂଷାଖୋରୀ ଗ୍ରାମର ବିରବର ପାତ୍ର । ପାଟଣା ପୋଷ୍ଟ ଅଫିସର ଦୁଇ ଜଣ ଜମାକାରୀଙ୍କର ୧ଲକ୍ଷ ୯୧ ହଜାର ୪୩୦ ଟଙ୍କା ଜମା ଖାତାରେ ଜମା ନକରି ହଡପ କରି ଆତ୍ମସାତ କରିଥିଲେ ପୋଷ୍ଟ ମାଷ୍ଟର। ଘଟଗାଁ ସବ୍ ଡିଭଜନର ପୋଷ୍ଟାଲ ଇନିସ୍ପେକ୍ଟର ପ୍ରବୀଣ କୁମାର ଅଭିଯୋଗ ପରେ ଏ ନେଇ ତଦନ୍ତ କରିଥିଲେ । ପୋଷ୍ଟ ମାଷ୍ଟରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣା ପୋଲିସ୍ ।





