Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲାଞ୍ଚୁଆ ଡାକ ଅଫିସରଙ୍କୁ ମାଡ଼ି ବସିଲା ସିବିଆଇ

by ସଞ୍ଜୟ ସ୍ୱାଇଁ
June 23, 2024
in Crime, State
ଲାଞ୍ଚୁଆ ଡାକ ଅଫିସରଙ୍କୁ ମାଡ଼ି ବସିଲା ସିବିଆଇ
61
VIEWS
Share on FacebookShare on Twitter

ମୟୂରଭଞ୍ଜ, (ବାଘୁଆବାର୍ତ୍ତା): ଦୁଇ ଲାଞ୍ଚୁଆ ଡାକ ଅଫିସରଙ୍କୁ ମାଡ଼ି ବସିଲା ସିବିଆଇ। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରା ପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଉପଡାକଘରର ଦୁଇ ଅଫିସର। ଖବର ଲେଖା ହେବା ପର୍ଯ୍ୟନ୍ତ ସେମାନଙ୍କ ଘରେ ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି। ବଡ଼ସାହି ଉପଡାକଘର ଅଧୀନରେ ରହିଛି ମାଣତ୍ରୀ ଡାକଘର। ସେହି ଡାକ ଘରେ ଅଜିତ କୁମାର ରାଉତ ଗ୍ରାମୀଣ ଡାକ ସେବକ ଭାବେ ଚାକିରି କରୁଛନ୍ତି। ମାସେ ତଳେ ବଡ଼ସାହି ଉପ-ଡାକଘରୁ ତାଙ୍କ ପାଖକୁ ଫୋନ୍‌ କଲ୍‌ ଆସିଥିଲା। TRCA(Time Related Continuity Allowance) ରିଭାଇଜ୍‌ ପାଇଁ ସମସ୍ତ କାଗଜପତ୍ର ଆଣିବାକୁ କୁହାଯାଇଥିଲା। ଡାକରା ପାଇଁ ସମସ୍ତ କାଗଜପତ୍ର ଧରି ଡାକ ଅଫିସ୍‌ରେ ପହଞ୍ଚିଥିଲେ ଅଜିତ। କାଗଜପତ୍ର ଯାଞ୍ଚ କରିଥିଲେ ବଡ଼ସାହି ଉପ-ଡାକଘର ଇନ୍ସପେକ୍ଟର ରୁବି ଦାସ ଓ ଓଭରସିୟର ସୁଶାନ୍ତ ଦାସ। କାଗଜପତ୍ର ସବୁ ଠିକ୍ ଥିବା ସତ୍ତ୍ୱେ ତାଙ୍କୁ ୧୫ ହଜାର ଟଙ୍କା ମାଗିଥିଲେ। ପ୍ରଥମ ଅଜିତ ମନା କରିଥିଲେ। ପରେ କିଛି ଉପାୟ ନପାଇ ୧୫ ହଜାର ଟଙ୍କା ଦେଇଥିଲେ। ଟଙ୍କା ନେବା ବେଳେ ୧୦ ଦିନ ଭିତରେ ଇନ୍‌କ୍ରିମେଣ୍ଟ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଇନ୍ସପେକ୍ଟର ରୁବି ଦାସ ଓ ଓଭରସିୟର ସୁଶାନ୍ତ ଦାସ। ଇତି ମଧ୍ୟରେ ମାସେରୁ ଅଧିକ ସମୟ ବିତି ଗଲାଣି। ହେଲେ କୌଣସି ଇନ୍‌କ୍ରିମେଣ୍ଟ ହେଲାନାହିଁ। ଅଜିତ ପୁଣି ଥରେ ବଡ଼ସାହି ଉପ ଡାକଘର ଆସିଥିଲେ। ଆଉ ଅଫିସ୍‌ର ଇନ୍ସପେକ୍ଟର ରୁବି ଦାସ ଓ ଓଭରସିୟର ସୁଶାନ୍ତ ଦାସଙ୍କୁ ଭେଟିଥିଲେ। କାହିଁକି ଇନ୍‌କ୍ରିମେଣ୍ଟ ହେଉନି ବୋଲି ପଚାରିଥିଲେ। ହେଲେ ସେମାନେ ଏଥିପାଇଁ ଆଉ ୫୦ ହଜାର ଟଙ୍କା ମାଗିଥିଲେ। ବହୁ ମୂଲଚାଲ ପରେ ୪୦ ହଜାର ଟଙ୍କା ଦେବା ପାଇଁ ଡିଲ୍‌ ଫାଇନାଲ୍‌ ହୋଇଥିଲା। ଅଜିତ ଏନେଇ ସିବିଆଇରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଅଜିତ ଆଜି ଓଭରସିୟର ସୁଶାନ୍ତ ଦାସଙ୍କୁ ତାଙ୍କ ଘରେ ଲାଞ୍ଚ ଟଙ୍କା ଦେଉଥିଲେ। ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ସିବିଆଇ ଅଫିସରମାନେ ତାଙ୍କୁ ମାଡ଼ି ବସିଥିଲା। ତାଙ୍କ ବୟାନ୍‌ ଆଧାରରେ ରୁବି ଦାସଙ୍କୁ ସିବିଆଇ ଗିରଫ କରିଛି।ଏବେ ଉଭୟଙ୍କ ଘର ଓ ଅଫିସରେ ଚଢ଼ଉ ଚାଲିଥିବା ଜଣାପଡ଼ିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!