Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମାକାରୀଙ୍କର ୩୫ ଲକ୍ଷ ଟଙ୍କା ଜମାରାଶି ଆତ୍ମସାତ ; ପୋଷ୍ଟମାଷ୍ଟରଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ

by ସଞ୍ଜୟ ସ୍ୱାଇଁ
March 25, 2021
in State
ଜମାକାରୀଙ୍କର ୩୫ ଲକ୍ଷ ଟଙ୍କା ଜମାରାଶି ଆତ୍ମସାତ ; ପୋଷ୍ଟମାଷ୍ଟରଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ
464
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ୧୮୫ ଜଣ ଜମାକାରୀଙ୍କର ୩୫ ଲକ୍ଷ ଜମାରାଶି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଆହାରପଦା ଶାଖା ପୋଷ୍ଟ ଅଫିସର ତତ୍କାଳୀନ ଶାଖା ପୋଷ୍ଟମାଷ୍ଟରଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ | ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ, ପୋଷ୍ଟମାଷ୍ଟର କମଳାକାନ୍ତ ନାୟକଙ୍କୁ ୪୦୯ ଦଫାରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ପୁଣି ୧ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ସୂଚନା ଥାଉ କି ୨୦୧୬ ମସିହାରେ ତତ୍କାଳୀନ ଭଦ୍ରକ ମଣ୍ଡଳ ପୋଷ୍ଟାଲ ସୁପରିଣ୍ଡେଣ୍ଟ ପରମାନନ୍ଦ ସାହୁ ଅଡିଟ ସମୟରେ ଜାଣିବାକୁ ପାଇଥିଲେ ଯେ ଭଦ୍ରକ ଡାକ ମଣ୍ଡଳ ଅଧିନସ୍ତ ଆହାରପଦା ଶାଖା ପୋଷ୍ଟ ଅଫିସରେ ବ୍ୟାପକ ଆର୍ଥିକ ଅନିୟମିତତା ଦେଖାଦେଇଛି। ୧୮୫ ଜଣ ଜମାକାରୀଙ୍କର ମୋଟ ଜମା ରାଶି ୩୫ ଲକ୍ଷ ଟଙ୍କାକୁ ଶାଖା ପୋଷ୍ଟ ମାଷ୍ଟର କମଳାକାନ୍ତ ନାୟକ ଆତ୍ମସାତ କରି ପୋଷ୍ଟ ଅଫିସର ଜମା ନ କରି ଚଳୁ କରି ଦେଇଛନ୍ତି। ତେଣୁ ସେ ସେତେବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ମୁତାବକ ଥାନା କେସ ନଂ-୭୦/୧୬ ଦଫା ୪୦୯,୪୨୦, ୪୬୭, ୪୬୮, ୪୬୧ରେ ପୁଲିସ ଏକ ମାମଲା ରୁଜୁ କରି ଥିଲା ଓ ୨୩.୦୮.୨୦୧୭ରେ କମଳାକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ଦିନରୁ ସେ ବିଚାରାଧିନ ବନ୍ଦୀ ଭାବେ ଜେଲରେ ରହିଥିଲେ ଓ ଆଜି ମାନ୍ୟବର କୋର୍ଟ ତାଙ୍କର ଚୁଡାନ୍ତ ରାୟରେ ୪୨୦, ୪୬୮, ୪୭୧ ଦଫାରେ ପ୍ରମାଣ ଅଭାବରୁ ଖଲାସ କରିଥିବାବେଳେ ୪୦୯ ଦଫାରେ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ କେନ୍ଦ୍ର ସରକାରଙ୍କ ପବ୍ଲିକ ପ୍ରସିକ୍ୟଟର ଦୁର୍ଗା ରାୟମହାପାତ୍ର ଓ ପବ୍ଲିକ ପ୍ରସିକ୍ୟୁଟର ଜତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!