Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ଵାସ୍ଥ୍ୟ ମିଶନ କର୍ମଚାରୀଙ୍କ ପୋଷ୍ଟକାର୍ଡ ଅଭିଯାନ

by ସଞ୍ଜୟ ସ୍ୱାଇଁ
February 28, 2025
in Nayagarh, State
ସ୍ଵାସ୍ଥ୍ୟ ମିଶନ କର୍ମଚାରୀଙ୍କ ପୋଷ୍ଟକାର୍ଡ ଅଭିଯାନ
158
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲା ଜାତୀୟ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଏକ ଜରୁରୀ ବୈଠକ ସିଡିଏମଓଙ୍କ କାର୍ଯ୍ୟାଳୟ ପରିସରରେ ଥିବା ନୂତନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ସ୍ଵାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ସମେତ ସଙ୍ଘର ଜିଲ୍ଲା ସଭାପତି ଶୁଭସଙ୍କେତ ପଣ୍ଡା ଯୋଗଦେଇ ଆଗାମୀ ଦିନରେ ଦାବି ପରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରିବା ଉପରେ ଆଲୋକପାତ କରିବା ସହିତ ଏକ ପୋଷ୍ଟ କାର୍ଡ ଅଭିଯାନ ଆରମ୍ଭ କରାଯାଇଥିଲା । ମୁଖ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବ, ସ୍ଵାସ୍ଥ୍ୟ ମିଶନ ନିର୍ଦେଶକ ଓ ବଜେିପି ସଭାପତିଙ୍କୁ ସଙ୍ଘ ପକ୍ଷରୁ ପୋଷ୍ଟକାର୍ଡ ପଠେଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଓଡିଶା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଆଜକୁ ୨୦ବର୍ଷ ଧରି କାର୍ଯ୍ୟରତ ପରିଚାଳନା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ କାର୍ଯ୍ୟକରୁଥିବା ସ୍ଵାସ୍ଥ୍ୟ ମିଶନ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ମିଳିବା ପାଇଁ କୌଣସି ପଦକ୍ଷେପ ନିଆଯାଇପାରିଲା ନାହିଁ।

ମେଲେରିଆ ନିରାକରଣ, କୁଷ୍ଠ ନିରାକରଣ, ଯକ୍ଷ୍ମା ନିରାକରଣ, ଜାତୀୟ ଟୀକାକରଣ କାର୍ଯ୍ୟକ୍ରମ, ମାନସିକ ରୋଗର ଚିହ୍ନଟ ଓ ଚିକିତ୍ସା, ଅଣ ସଂକ୍ରାମକ ରୋଗର ଚିହ୍ନଟ ଓ ନିରାକରଣ, ମାତୃ ମୃତ୍ୟୁହାର ଓ ଶିଶ ମୃତ୍ୟୁହାରକୁ ହ୍ରାସ କରିବା, ସମସ୍ତ ଡାକ୍ତରଖାନାଗଡୁକ଼ କାୟାକଳ୍ପ ଓ କ୍ୱାଲିଟି ପ୍ରମାଣ ପତ୍ର ପ୍ରଦାନ କରାଇବା ସହ ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ଏବଂ କରୋନା ମହାମାରୀ ରୋଗର ସଫଳତାର ସହିତ ସଠିକ ପରିଚାଳନାରେ କର୍ମଚାରୀଙ୍କ ଅବଦାନ ରହୁଛି। ସରକାରଙ୍କୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାର ଅଭିଯୋଗ କରାଯାଇଥିଲା । ତେବେ ବର୍ତ୍ତମାନର ସରକାର ସ୍ଵାସ୍ଥ୍ୟ ମିଶନ କର୍ମଚାରୀଙ୍କ ଚାକିରି ସ୍ଥାୟୀ କରିବା, ସର୍ବନିମ୍ନ ଦରମା ଚାଳିଶ ହଜାର, ନିଃଶୁଳ୍କ ପରିବାର ସ୍ଵାସ୍ଥ୍ୟବୀମା, ଘରଭଡା ଓ ମହଙ୍ଗା ଭତ୍ତା ସହିତ ସରକାରୀ ନିୟମ ଅନୁସାରେ ଛୁଟି ପ୍ରଦାନ ଇତ୍ୟାଦି ଦାବି ଗୁଡିକ଼ ପୂରଣ ନକରନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯବି ବୋଲି ସଂଘ ପକ୍ଷରୁ ନିଷ୍ପତ୍ତିହୋଇଥିଲା । ବୈଠକରେ ସଂଘର ଜିଲ୍ଲା ସମ୍ପାଦକ ବିଶ୍ଵ ରଞ୍ଜନ ଦଳାଇ, କୋଷଧକ୍ଷ ମନୋରଂଜନ ସାହୁ, ଯଗ୍ମ ସମ୍ପାଦକ ଦିଲୀପ କୁମାର ବସନ୍ତିଆ, ବିଶ୍ଵରଜନ ସୁବୁଦ୍ଧି, ନିବେଦିତା ପ୍ରଧାନ, ମମତା ବିଷୋୟୀ, ତୁଷାର ରଞ୍ଜନ ସାହୁ, ପ୍ରଭାକର ପଲେଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!