ନୟାଗଡ଼, (ବାଘୁଆବାର୍ତ୍ତା) : ମହାମାରୀ କରୋନା ଭୂତାଣୁକୁ ନେଇ ସର୍ବତ୍ର ଲକଡାଉନ ବ୍ୟବସ୍ଥା ଲାଗୁରହିଛି । ଦୈନିକ କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିବା ଦିନମଜୁରିଆ, ଶ୍ରମିକଶ୍ରେଣୀର ଲୋକମାନେ ନାହ ିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ଲକଡାଉନ ବ୍ୟବସ୍ଥାର ପ୍ରଭାବ ଯୋଗୁଁ ୧ମାସ ଧରି କାମଧନ୍ଦା ନପାଇ ଅଭାବ ଅନଟନ ମଧ୍ୟରେ ଦିନ କାଟୁଥିବା ଜଣେ ଦିନ ମଜୁରିଆ ଶ୍ରେଣୀର ବ୍ୟକ୍ତି ପାରିବାରିକ ଅଶାନ୍ତିରୁ ବିଷପାନ କରି ମୃତ୍ୟୁ ବରଣ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନାନୁସାରେ, ଖଣ୍ଡପଡା ବ୍ଳକ ଅଧିନ ବେଣାଗାଡିଆ ପଂଚାୟତ ପଥରଦ୍ୱାର ଗ୍ରାମର ନରସିଂହ ଦଳେଇ(୪୫) ଜଣେ ଦିନ ମଜୁରିଆ ଶ୍ରେଣୀର ବ୍ୟକ୍ତି ଅଟନ୍ତି । କିଛିଦିନ ହେବ ତାଙ୍କର କୈାଣସି କାରଣକୁ ନେଇ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା । ଗତସନ୍ଧ୍ୟାରେ ସାମାନ୍ୟ କଥାରୁ ପାଟିତୁଣ୍ଡ ହେବା ପରେ ରାତିରେ ନରସିଂହ ଘରେ ଥିବା କୀଟନାଶକ ଔଷଧ ପିଇ ଦେଇ ଥିଲେ । ଫଳରେ ଅସୁସ୍ଥ ହୋଇ ପଡିଥିଲେ । ଆଶୁ ଚିକିତ୍ସା ନିମନ୍ତେ ପ୍ରଥମେ ତାଙ୍କୁ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତୀ କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାରବର୍ଗଙ୍କ ସୁତ୍ରରୁ ଜଣାପଡିଛି । ଖବରପାଇ ଖଣ୍ଡପଡ଼ା ପୋଲିସ ସେଠାରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଖଣ୍ଡପଡା ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଏସଆଇ ରାମଦାଶ ବେଶ୍ରାଙ୍କ ଠାରୁ ପ୍ରକାଶ । ମୃତକଙ୍କ ପରିବାରବର୍ଗଙ୍କୁ ଆର୍ôଥକ ସହାୟତା ରାଶି ଯୋଗାଇ ଦେବାକୁ ସାଧାରଣରେ ଦାବିହେଉଛି ।





