ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକର ରାଷ୍ଟ୍ରୀୟ ପୋଷଣ ପକ୍ଷ ୨୦୨୫ କୁ ନୟାଗଡ଼ ସହରରେ ଥିବା ମିଶନ ଶକ୍ତି ଗୃହରେ ସିଡିପିଓ ସୌଦାମିନୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ମହା ଆଡ଼ମ୍ବର ପୂର୍ବକ ଆୟୋଜନ କରାଯାଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚ୍ଚନା କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତ୍ୟେକ ସେକ୍ଟରରୁ ଅଞ୍ଚଳ ପରିଦର୍ଶୀକ ଏବଂ ଏଡବ୍ଲୁଡବ୍ଲୁ ଉପସ୍ଥିତ ଥିଲେ । କର୍ମୀ ମାନେ ବିଭିନ୍ନ ପ୍ରକାରର ପୌଷ୍ଟିକ ଖାଦ୍ୟ ପ୍ରଦର୍ଶନୀ କରିଥିଲେ । ସିଡିପିଓ ପ୍ରତ୍ୟେକ କର୍ମୀଙ୍କୁ ତୃଣମୂଳ ସ୍ତରରୁ ଭଲ କାମ କରି ବ୍ଲକରୁ ଏସଏଏମ ଓ ଏମଏଏମ ଶ୍ରେଣୀର ଶିଶୁ ସଂଖ୍ୟା ବହୁତ ପରିମାଣରେ କମାଇଥିବାରୁ ଧନ୍ୟବାଦ ଜଣାଇଥିଲେ । ନିଜ ଅଞ୍ଚଳରେ ଯେଉଁ ସବୁ ପରିବା ଅଛି ତାକୁ ତ୍ରିରଙ୍ଗା ଥାଳି ହିସାବରେ ଖାଇବା ପାଇଁ ସମସ୍ତଙ୍କୁ ଉପଦେଶ ଦେବାକୁ ଉଦ୍ବୋଧନ ଦେଇଥିଲେ । ପରି ଶେଷରେ ଚଳିତ ବର୍ଷ ପୋଷଣ ତଥା ଅଙ୍ଗନୱାଡି କେନ୍ଦ୍ର ସୁଚାରୁ ରୁପେ ଚଳାଇଥିବା ଅଙ୍ଗନୱାଡି କର୍ମୀ ମାନଙ୍କୁ ଡିଏସଡବ୍ଲୁଓ ପୁରସ୍କୃତ କରିଥିଲେ ।






