Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୂଆ ରୂପରେ ଘରକୁ ଫେରିବେ ପୂର୍ଣ୍ଣ ଗୌଡ

by ସଞ୍ଜୟ ସ୍ୱାଇଁ
October 9, 2021
in State
ନୂଆ ରୂପରେ ଘରକୁ ଫେରିବେ ପୂର୍ଣ୍ଣ ଗୌଡ
134
VIEWS
Share on FacebookShare on Twitter

କଳାହାଣ୍ଡି, (ବାଘୁଆବାର୍ତ୍ତା): ନୂଆ ରୂପରେ ପୂର୍ଣ୍ଣ ଗୌଡ । ପ୍ରମେୟ ନ୍ୟୁଜ୍ ସେଭେନ୍ ଡଟ୍ କମ୍ ରେ ଖବର ପ୍ରସାରଣ ପରେ ଭାଇରାଲ୍ ହୋଇଥିଲା ପୂର୍ଣ୍ଣଙ୍କ ଖବର । ନିଖୋଜର ୫ ବର୍ଷ ପରେ ପରିବାରର ପତ୍ତା ମିଳିଲା ସହ ଗୁଜୁରାଟ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଛି । ପୂର୍ଣ୍ଣର କେଶ କାଟି ସଫା ସୁତୁରା କରିବା ସହ କଳାହାଣ୍ଡିରୁ ପୂର୍ଣ୍ଣକୁ ଆଣିବାକୁ ଯାଇଥିବା ପରିବାରକୁ ଅପେକ୍ଷା କରିଛି । ସେପଟେ ପୂର୍ଣ୍ଣ ପରିବାରର ୩ ସଦସ୍ୟ ବାପା, କାକା ଓ ଜଣେ ସଂପର୍କୀୟ ଟ୍ରେନରେ ଗୁଜରାଟ ଯାଇଛନ୍ତି। ପୂର୍ଣ୍ଣର ପରିବାରର ସାମର୍ଥ୍ୟ ନଥିବାରୁ ସ୍ବେଚ୍ଛାସେବୀ ରାଜୀବ ଲୋଚନ ଶତପଥୀ ପୂର୍ବ ଆଶ୍ଵାସନା ଅନୁଯାୟୀ ସମସ୍ତ ବ୍ୟବସ୍ଥା ସହ ଗୁଜରାଟର ହଲିମ ଖାନ୍ ଙ୍କ ପାଇଁ ଏକ ଉପହାର କଳାହାଣ୍ଡିବାସୀଙ୍କ ତରଫରୁ ପ୍ରଦାନ କରିଛନ୍ତି । କର୍ଲାଗୁଡାର ବାସିନ୍ଦା ହଲିମ ଖାନ୍‌ଙ୍କୁ କର୍ଲାଗୁଡା ଆସିବାକୁ ଅନୁରୋଧ ବାର୍ତ୍ତା ବି ପଠାଇଛନ୍ତି। ଗୁଜୁରାଟର ଜଣେ ସହୃଦୟ ଯୁବକଙ୍କ ଭିଡିଓ କଳାହାଣ୍ଡିର ଏକ ପରିବାରରେ ଫେରାଇ ଆଣିଛି ହସ । ପ୍ରମେୟ ନ୍ୟୁଜ୍ ସେଭେନ୍ ଡଟ୍ କମ୍ ର ଖବର ଏପରି ପୁର୍ନମିଳନରେ ହୋଇଛି ସଫଳ ମାଧ୍ୟମ । ଗତ ୩ ଦିନ ତଳେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ପରେ ମିଳିଥିଲା ଯୁବକଙ୍କ ଠିକଣା । ନାମ ପୂର୍ଣ୍ଣ ଗୌଡ, ଘର କଳାହାଣ୍ଡିର ଭବାନୀପାଟଣା ଅନ୍ତର୍ଗତ କର୍ଲାଗୁଡା। ଯୁବକଙ୍କ ଠିକଣା ପାଇଁ ସୋସିଆଲ ମିଡ଼ିଆରେ ଲୋକଙ୍କ ପ୍ରୟାସ ପ୍ରକୃତରେ ପ୍ରଶଂସନୀୟ ତଥା ମାନବିକତାର ଜିତ ହୋଇଛି। ଆଶା ନିଖୋଜର ୫ ବର୍ଷ ମଧ୍ୟରେ ମାନସିକ ଭାରସାମ୍ୟ ହରାଇଥିବା ପୂର୍ଣ୍ଣ ଘରକୁ ଫେରି ନୂଆ ଜୀବନର ଶୁଭାରମ୍ଭ କରିବେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!