କୋଣାର୍କ, (ବାଘୁଆବାର୍ତ୍ତା): ପୋଖରୀରେ ବୁଡି ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ । ଶୁକ୍ରବାର ସକାଳେ ଗୋପ ବ୍ଲକ ଅନ୍ତର୍ଗତ କବିରାଜପୁର ଗାଁରେ ଏହି ଅଘଟଣ ଘଟିଛି । ଗ୍ରାମର ଭିନ୍ନକ୍ଷମ ଯୁବକ କାଳନ୍ଦ୍ରୀ ନାୟକ (୨୬) ପୋଖରୀରେ ବୁଡ଼ି ପ୍ରାଣ ହରାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଭିନ୍ନକ୍ଷମ ଯୁବକ କାଳନ୍ଦ୍ରୀ ସକାଳୁ ଶୌଚ ହେବାକୁ ଗାଁ ପୋଖରୀକୁ ଯାଇଥିଲେ । ତେବେ ଶିଉଳିରେ ଗୋଡ ଖସିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ମୃତଦେହକୁ ଉଦ୍ଧାର କରିଥିଲେ । ଯୁବକ ଜଣଙ୍କ ଅତ୍ୟନ୍ତ ଗରିବ ହୋଇଥିବା ସହ ଭିନ୍ନକ୍ଷମ ମଧ୍ୟ ଥିଲେ । ତାଙ୍କ ଘରେ କେବଳ ବିଧବା ମାଆ ଅଛନ୍ତି ।ଏକ ମାତ୍ର ପୁତ୍ର ଆଖି ବୁଝିବା ପରେ ବିଧବା ମାଆ ପାଇଁ ବଞ୍ଚିବା କଷ୍ଟକର ହୋଇ ପଡ଼ିଛି କ୍ଷପୁଅକୁ ହରାଇ ମାଆ ଦୁଃଖରେ ଏକପ୍ରକାର ମ୍ରିୟମାଣ ହୋଇପଡିଛନ୍ତି ।






