ଭୁବନେଶ୍ୱର (ବାଘୁଆବାର୍ତ୍ତା): ମୋ ସ୍କୁଲ ଅଭିଯାନରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗୀର ଜିଲ୍ଲା ସଇଁତଳା ସରକାରୀ ବାଳିକା ଉଚ୍ଚ (ଆବାସିକ) ବିଦ୍ୟାଳୟକ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିଲେ । ଏ ଭର୍ଚୁଆଲ ମିଟିଂରେ ସେ ବିଦ୍ୟାଳୟର ବିକାଶ ପାଇଁ ଏହାର କର୍ମକର୍ତ୍ତା ତଥା ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ । ବିଦ୍ୟାଳୟରେ ଏକ ପ୍ରାର୍ଥନା ମଣ୍ଡପର ଆବଶ୍ୟକତା ଥିବା କଥା ଏହି ଭର୍ଚୁଆଲ ମିଟିଂରେ ଉପସ୍ଥାପନା କରାଯାଇଥିଲା । ଏଥିପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି ।






