Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣପୁର ରାଜନୀତି, ବିଧାୟକ ଗୃହ ପ୍ରବେଶ ପୂର୍ବରୁ ଫିତା କାଟିଦେଲେ ଚେୟାର୍‌ମ୍ୟାନ୍

by ସଞ୍ଜୟ ସ୍ୱାଇଁ
December 1, 2023
in Nayagarh, Politics, State
ରଣପୁର ରାଜନୀତି, ବିଧାୟକ ଗୃହ ପ୍ରବେଶ ପୂର୍ବରୁ ଫିତା କାଟିଦେଲେ ଚେୟାର୍‌ମ୍ୟାନ୍
917
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଗତ କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଅତ୍ୟାଧୁନିକ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦ୍‌ଘାଟନ କରିବା ସହ ଅନେକ ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରର ଉଦ୍‌ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଜାରି ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ରମାକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଗତ କାଲି ଜିଲ୍ଲାର ୪୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରାଯାଇଥିଲା । ଏଥି ମଧ୍ୟରେ ରଣପୁର ନିର୍ବାଚନ ମଣ୍ଡଳୀ କନ୍ଧ ନୟାଗଡ଼ ପଞ୍ଚାୟତର ସ୍ୱାସ୍ଥ ଆରୋଗ୍ୟ ଉପକେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଆଜି ଥିଲା ଗୃହ ପ୍ରବେଶର ଦିନ । ମେଡିକାଲ କର୍ତୁପକ୍ଷ ଏଥି ନିମନ୍ତେ ଆୟୋଜନ କରିଥିଲେ ।

ମେଡିକାଲ କର୍ତୁପକ୍ଷ ବିଧାୟକ ସତ୍ୟନାରାୟଣ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ସ୍ଥାନୀୟ ସରପଞ୍ଚ ପ୍ରମୁଖଙ୍କୁ ନିମନ୍ତ୍ରଣ କରିଥିଲେ । ଗୃହ ପ୍ରବେଶ କାର୍ଯ୍ୟକ୍ରମ ପୂର୍ବରୁ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ପ୍ରଥମେ ଫିତା କାଟି ଓ ନଡିଆ ବାଡେଇ ଗୃହ ପ୍ରବେଶ କରିଥିଲେ । ଏଥି ସହିତ ବିଧାୟକଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ । ବିଧାୟକ ସତ୍ୟନାରାୟଣ ପ୍ରଧାନ ଆସିବା ପୂର୍ବରୁ ଏ ସମସ୍ତ କାର୍ଯ୍ୟ ସମାପନ୍ନ ହୋଇଯାଇଥିଲା । କିଛି ସମୟ ପରେ ବିଧାୟକ ଆସି ଗୃହ ପ୍ରବେଶ କରିଥିଲେ । ଏବଂ ସେଠାରେ ଏକ ସଭାର ଆୟୋଜନ କରିଥିଲେ ।

ଯାହାକୁ ନେଇ ବିଧାୟକ ଚେୟାରମ୍ୟାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ ମଧ୍ୟ ରାଜନୈତିକ ସରଗରମ ଦେଖାଯାଇଥିଲା । ମେଡିକାଲ କର୍ତୁପକ୍ଷ ଚେୟାରମ୍ୟାନଙ୍କୁ ନିମନ୍ତ୍ରଣ କରିଥିବା କଥା ପ୍ରକାଶ କରୁଥିଲେ ମଧ୍ୟ ଚେୟାରମ୍ୟାନ୍ ନିମନ୍ତ୍ରଣ କରାଯାଇନଥିବାରୁ ସେ ଏପରି କରିଥିବା ଜଣା ପଡିଛି । ଘଟଣା ସ୍ଥଳରେ ବିଧାୟକ ଗୋ ବ୍ୟାକ୍ ଗୋ ବ୍ୟାକ୍ ନାରା ବାଜିଥିଲା । ଉଭୟ ବିଜେପି ଓ ବିଜେଡି କର୍ମୀମାନଙ୍କ ମଧ୍ୟରେ ବାକ୍‌ବାତଣ୍ଡା ହୋଇଥିଲା । ଉକ୍ତ ଘଟଣାକୁ ନେଇ କନ୍ଧ ନୟାଗଡ଼ରେ ରାଜନୈତିକ ସରଗରମ ଜାରି ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!