Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଥାନାର ଦୁଇ କର୍ମଚାରୀ ନିଲମ୍ବିତ: ଏସପି

by ସଞ୍ଜୟ ସ୍ୱାଇଁ
May 4, 2021
in Breaking, State
୧୫ରୁ ଗଡ଼ିଲା ୪ ମୁଣ୍ଡ, ଆଗକୁ ଆହୁରି ଅଛି !
760
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): ଅଭିଯୁକ୍ତ ଗଣେଶ ଡାକୁଆ ଆତ୍ମହତ୍ୟା ମାମଲାରେ ଥାନାର ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଦାୟିତ୍ୱରେ ଥିବା ଡିସିଓ ଏବଂ ସେଣ୍ଟ୍ରିଙ୍କୁ ନିଲମ୍ବନ କରାଯାଇଛି । ଘଟଣାର ତଦନ୍ତ ସରିବା ପର୍ଯ୍ୟନ୍ତ ଥାନା ଆଇଆଇସି ବାବୁଲି ନାୟକଙ୍କୁ ଡିପିଓକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଦୁଇଟି ଟିମ ଘଟଣାର ତଦନ୍ତ କରୁଛନ୍ତି । ଏଏସପି ପ୍ରଭାତ ଚନ୍ଦ୍ର ରାଉତରାୟ ଅଭିଯୁକ୍ତ ଆତ୍ମହତ୍ୟା ପଛରେ କାହାର ଅବହେଳା ରହିଛି ତଦନ୍ତ କରୁଥିବା ବେଳେ ଡିଏସପି ପ୍ରକାଶ ଜେନା ଅପମୃତ୍ୟୁ ମାମଲାର ତଦନ୍ତ କରୁଛନ୍ତି । ଏସ୍ଡିପିଓ ମହାପାତ୍ରଙ୍କ ସୂଚନା ପ୍ରକାରେ ସୋମବାର ରଙ୍ଗିପୁର ଇଟା ଫ୍ୟାକ୍ଟ୍ରିରେ ଗଣେଶ ମହିଳାଙ୍କୁ ଅସଦାଚରଣ ଓ ଗଣ୍ଡଗୋଳ କରୁଥିବା ଅଭିଯୋଗ ଆସିଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଭିଯୁକ୍ତ ଗଣେଶ ଡାକୁଆକୁ ଥାନାକୁ ନେଇ ଆସିଥିଲେ । ଅପରାହ୍ନ ୩ଟା ୩୦ରେ ଅଭିଯୁକ୍ତ ମହିଳା ଓ ଶିଶୁ ଡେସ୍କରେ ରଖାଯାଇଥିଲା । ପରେ କର୍ମଚାରୀମାନେ ନିଜ ନିଜ କାମରେ ପଳାଇଥିଲେ । ସେଣ୍ଟ୍ରି କନେଷ୍ଟବଳ ପ୍ରକାଶ ଚନ୍ଦ୍ର ଜେନା ସେଠାରେ ଜଗିଥିଲେ । କିଛି ସମୟ ସେଠାରେ ରହିବା ପରେ ସେଣ୍ଟ୍ରି ରୁମ ଲକ କରି ଅନ୍ୟ ଏକ ରୁମକୁ ଯାଇଥିଲେ । ତେବେ ରାତି ୭ଟାରେ ହଠାତ ପାଟି ଶୁଭିଥିଲା । ଥାନାର କର୍ମଚାରୀମାନେ ଦୌଡି ଆସିଥିଲେ । ମହିଳା ଓ ଶିଶୁ ଡେସ୍କ ରୁମକୁ । ସେଠାରେ ଗଣେଶ ଡାକୁଆଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!