ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପୁଲିସରେ ଅଭାବନୀୟ ଘଟଣା । ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳିତ ଆଚରଣ । ଯାହା ପାଇଁ ନୟାଗଡ଼ ପୁଲିସ ନିନ୍ଦିତ ହେବାକୁ ଯାଉଛି । ସୁଚନାନୁସାରେ ଜିରୋ ନାଇଟ ସେଲିବ୍ରେସନ ବେଳେ ନୟାଗଡ଼ ତ୍ରିନାଥ ଛକ ଠାରେ ପୁଲିସ ପୁଲିସ ମଧ୍ୟରେ ପିଟାପିଟି ହୋଇଛି । ଏହି ଘଟଣାକୁ ନେଇ ନୟାଗଡ଼ ଟାଉନ ଥାନାରେ ଦୁଇ ଗୋଟି ମାମଲା ରୁଜୁ କରାଯାଇଛି । ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ୩ ଜଣ ହାବିଲଦାର ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବନ କରିଛନ୍ତି। ଗତ ୩୧ ତାରିଖ ରାତିରେ ନୟାଗଡ଼ ସହର ମଧ୍ୟରେ ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘର ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷରୁ ଟାଉନ ଥାନାରେ ଦୁଇଟି ଏତଲା ହୋଇଥିଲା। ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ଏସପି ଆଜି ୪ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୪ ଜଣଙ୍କ ମଧ୍ୟରେ ହାବିଲଦାର ଦୁର୍ଗାମାଧବ ଡୋରା, ହାବିଲଦାର ସଞ୍ଜୟ ମହାପାତ୍ର, ହାବିଲଦାର ସନ୍ତୋଷ ମହାପାତ୍ର ଏବଂ କନେଷ୍ଟବଳ ଦିଲ୍ଲୀପ ବେହେରା ବୋଲି ସୂଚନା ମିଳିଛି।





