ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ିଶା ପୁଲିସ ହାବିଲଦାର, କନେଷ୍ଟବଳ ଏବଂ ଗାଡ଼ି ଚାଳକଜ ସଂଘ ନୟାଗଡ଼ ଶାଖା ପକ୍ଷରୁ ଗତକାଲି ଅନୁଷ୍ଠିତ ହୋଇଥିବା ନିର୍ବାଚନର ଆଜି ଫଳାଫଳ ଜଣାପଡ଼ିଛି । ଭୋଟ ଗଣିତି ପରେ କନେଷ୍ଟବଳ ବିଶ୍ୱଜିତ ମହାପାତ୍ର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ହାବିଲଦାର୍ ବିଶ୍ୱମୋହନ ମହାନ୍ତି ଜିଲ୍ଲା ସଂଘ ସଂମ୍ପାଦକ ଭାବେ ମନୋନିତ ହୋଇଛନ୍ତି । ସେହିପରି ଭାବେ ହାବିଲଦାର୍ ଉପଭାପତି ଭାବେ ପ୍ରଶାନ୍ତ କୁମାର ବରାଡ଼ ନିର୍ବାଚିତ ହୋଇଥିବା ବେଳେ ସହ ସଂମ୍ପାଦକ ଭାବେ କନେଷ୍ଟବଳ ଇନ୍ଦ୍ରମଣୀ କହଁର ନିର୍ବାଚିତ ହୋଇଛନ୍ତି । କନେଷ୍ଟବଳ ସୁଧିର କୁମାର ସ୍ୱାଇଁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ଦାବିଲଦାର୍ ସଚଳା ଦେଇ ସହସଂମ୍ପାଦିକା (କ)ନିର୍ବାଚିତ ହୋଇଛନ୍ତି । ସେହିଭଳି ଭାବେ କାର୍ଯ୍ୟକାରୀ ସଭ୍ୟ ଭାବେ କନେଷ୍ଟବଳ ତ୍ରିଲୋଚନ ରାଉତ, ଅର୍ଜ୍ଜୁନ ଜାନୀ, ସହକାରୀ ଗାଡ଼ି ଚାଳକ ବଳଭଦ୍ର ବିଶ୍ୱାଳ, କନେଷ୍ଟବଳ ପ୍ରସନ୍ନ କୁମାର ପ୍ରଧାନ ଓ କନେଷ୍ଟବଳ ପିଲୁ ମହାପାତ୍ର ନିର୍ବାଚିତ ହୋଇଛନ୍ତି ।





