ନୂଆପଡା, (ବାଘୁଆବାର୍ତ୍ତା): ଆକ୍ସନରେ ପୋଲିସ । ନୂଆପଡ଼ା ଜିଲ୍ଲା କୁରୁମପୁରୀ ଠାରେ ଚାଲିଥିବା ଜୁଆ ଆଡ୍ଡାରେ ଲଖନା ପୋଲିସର ଅତର୍କିତ ଚଢାଉ । ଯେଉଁଥିରେ ପୋଲିସକୁ ନଗଦ ଟଙ୍କା ସହ ମୋବାଇଲ୍ ମିଳିଛି । ଏହାସହ ୧୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଖବର ଅନୁଯାୟୀ, କୁରୁମପରୀ ଠାରେ ଚାଲିଥିଲା ଜୁଆ ଆଡ୍ଡା । ଯାହା ସଂପର୍କରେ ସୂଚନା ପାଇଥିଲା ଲଖନା ପୋଲିସ । ଜୁଆ ଆଡ୍ଡା ଚାଲିଥିବା ନେଇ ଖବର ପାଇ ପରେ ତୁରନ୍ତ ଚଢାଉ କରିଥିଲା ଲଖନା ପୋଲିସ । ଏହି ଚଢାଉରେ ପୋଲିସ ୨୭, ୭୯୦ ଟଙ୍କା ସହ ୧୪ ମୋବାଇଲ୍ ଜବତ ହୋଇଛି । ଏହାସହ ୧୫ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ ୧୨ ଜଣଙ୍କୁ ବ୍ୟକ୍ତିଗତ ମୁଚାଳିକାରେ ଛାଡିଥିବା ବେଳେ ବାକି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲଖନା ପୋଲିସ ।






