ନୟାଗଡ଼,(ବାଘୁଆବାର୍ତ୍ତା): ସ୍ୱାମୀ-ସ୍ତ୍ରୀ ପବିତ୍ର ସଂପର୍କରେ ଲକ୍ଷ୍ମଣ ରେଖା ସାଜିଲା ଅନୈତିକ ସଂପର୍କ । ଯେଉଁଥି ପାଇଁ ରାସ୍ତା ପାଲଟିଥିଲା ରଣକ୍ଷେତ୍ର । ସ୍ୱାମୀ ଅନ୍ୟ ଜଣେ ଯୁବତୀଙ୍କ ସହ ବୁଲୁଥିବା ଦେଖୀ ରାସ୍ତା ମଝିରେ ସ୍ୱାମୀଙ୍କ ଗାଡ଼ିକୁ ପଥରମାଡ଼ କରିଥିଲେ ସ୍ତ୍ରୀ । ସ୍ତ୍ରୀର ଏଭଳି ରାଗ ଦେଖି ସ୍ୱାମୀ ଓ ପ୍ରେମିକା ଦୌଡି ପଳାଇଥିଲେ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ଏବଂ ଜଣେ କନେଷ୍ଟବଳ ସ୍ୱାମୀ ବିରୋଧରେ ଅଭିଯୋଗ । ସୂଚନାନୁସାରେ, ୨୦୦୮ମସିହାରେ ଉଭୟ ପ୍ରେମ ବିବାହ କରିଥିଲେ । ସ୍ୱାମୀ ଜଣେ ପୁଲିସ କନେଷ୍ଟବଳ ଥିବା ବେଳେ ଅନ୍ୟ ଜଣେ ଯୁବତୀଙ୍କ ସହିତ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା ଏବଂ ସାଙ୍ଗରେ ବୁଲାଇ ନେବାକୁ ନେଇ ସହ୍ୟ କରିପାରିନଥିଲେ ସ୍ତ୍ରୀ । ଯାହାଫଳରେ ଆଜି ସ୍ୱାମୀ ଭୀମଟାଙ୍ଗି ଅଞ୍ଚଳରେ ସ୍ୱାମୀଙ୍କ ସହିତ ତାଙ୍କ ପ୍ରେମିକା ବୁଲୁଥିବାର ଦେଖି ସ୍ତ୍ରୀ ସେଠାରେ ସ୍ୱାମୀଙ୍କୁ ପଥରମାଡ଼ କରିବା ସହିତ ତାଙ୍କ ଗାଡ଼ି କାଚ ଭାଙ୍ଗି ଦେଇଥିଲେ । ରାସ୍ତା ମଝିରେ ଏଭଳି କାଣ୍ଡ ଦେଖି ରୁଣ୍ଢ ହୋଇଯାଇଥିଲେ ଲୋକ ତା’ପରେ ସ୍ତ୍ରୀ ସ୍ୱାମୀଙ୍କ ବିରୋଧରେ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିବା ବେଳେ ସ୍ୱାମୀ କରିଛନ୍ତି ପାଲଟା ଅଭିଯୋଗ ।






