ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ଲକଡାଉନ୍ କୈାଣସି ଚିହ୍ନବର୍ଣ୍ଣ ନଥିବା ଜଣାଯାଇଛି । ଗ୍ରାମାଞ୍ଚଳରେ ଜଳଖିଆ ଦୋକାନଠାରୁ ଆରମ୍ଭ କରି ସେଲୁନ ପର୍ଯ୍ୟନ୍ତ ବେଶ ଆରାମରେ ଖୋଲା ଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଆଜି ସଦରଥାନା ପୁଲିସ ଲକ୍ଷ୍ମୀପ୍ରସାଦ, ବାଲୁଗାଁ, କ୍ରିଦାଶପୁର ଏବଂ ମାଳିସାହି ପଞ୍ଚାୟତର ଗ୍ରାମାଞ୍ଚଳରେ ଚଢ଼ାଉ କରି ବ୍ୟାପକ ଜୋରିମାନା ଆଦାୟ କରିଥିବା ଜଣାଯାଇଛି । ସଦରଥାନା ଏସ୍ଆଇ ସୁବାସ ବେହେରା, ଏଏସଆଇ ରାଜେନ୍ଦ୍ର କଅଁର, ଅଶୋକ ମହାନ୍ତି ପ୍ରମୂଖ ଚଢ଼ାଉ କରି ଅମାନିଆଙ୍କଠାରୁ ଜୋରିମାନା ଆଦାର କରିଛନ୍ତି । ୭ ହଜାରୁ ଉଦ୍ଧ୍ୱର୍ ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି ।






