Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବରଙ୍ଗପୁର ଗସ୍ତରେ ପୁଲିସ୍ ମହାନିର୍ଦ୍ଦେଶକ

by ସଞ୍ଜୟ ସ୍ୱାଇଁ
May 16, 2021
in Feature News, State
ନବରଙ୍ଗପୁର ଗସ୍ତରେ ପୁଲିସ୍ ମହାନିର୍ଦ୍ଦେଶକ
54
VIEWS
Share on FacebookShare on Twitter

ନବରଙ୍ଗପୁର,(ବାଘୁଆବାର୍ତ୍ତା): ମାଓବାଦୀ ମାନେ ପୁଲିସ୍ ନିକଟରେ ଆତ୍ମ ସମର୍ପଣ କରି ସମାଜର ମୁଖ୍ୟ ଧାରାରେ ସାମିଲ ହେବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଆହ୍ଵାନ ଦେଇଛନ୍ତି । ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ଆସି ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ମାଓ ଗତିବିଧି ଓ କୋଭିଡ ପରିଚାଳନା ର ସ୍ଥିତି ତଦାରଖ କରିବା ସହ ସାମ୍ବାଦିକ ସମ୍ମିଳନୀ ଅବସରରେ ଏହା ପ୍ରକାଶ କରିଛନ୍ତି । ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ନବରଙ୍ଗପୁରର ସଶସ୍ତ୍ର ଆରକ୍ଷୀ କାର୍ୟ୍ୟାଳୟ, ଜିଲ୍ଲା ଆରକ୍ଷୀ କାର୍ୟ୍ୟାଳୟ , ନବରଂଗପୁର ଥାନାକୁ ଯାଇ ସୁରକ୍ଷା ବ୍ୟବସ୍ଥା ଓ ଜିଲ୍ଲାରେ କୋଭିଡ ପରିଚାଳନାର କାର୍ୟ୍ୟ ସମୀକ୍ଷା କରିଥିଲେ । ଜିଲ୍ଲାରେ କୋଭିଡ ପରିଚଳନାକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିବା ସହ ନବରଙ୍ଗପୁର ଜିଲ୍ଲାରେ କରୋନା କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ପକ୍ଷରୁ ଉଦ୍ୟମ କରାଯାଉଥିବା ନେଇ ସେ ସୂଚନା ଦେଇଛନ୍ତି । ଛତିଶଗଡ ଓ ନବରଙ୍ଗପୁର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସୀମା ସୁରକ୍ଷା କୁ ପ୍ରାଧାନ୍ୟ ଦିଆଯିବା ସହ କୋଭିଡ ପରିଚାଳନା କ୍ଷେତ୍ରରେ ଏନଫୋର୍ସ ମେଣ୍ଟ ସ୍କୁଆର୍ଡ ର କାର୍ୟ୍ୟ  ଜିଲ୍ଲାରେ ସୂଚାରୁ ରୂପେ କାର୍ୟ୍ୟ କରୁଥିବା ନେଇ ସେ ସୂଚନା ଦେଇଛନ୍ତି। ଜିଲ୍ଲାରେ ମାଓ ଗତିବିଧି ହ୍ରାସ ପାଇବା ସହ ସ୍ଥିତ ରେ ସୁଧାର ଆସିଥିବା ସେ କହିଛନ୍ତି । ଏହି ଗସ୍ତ ସମୟ ରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର କେ ଶର୍ମା, ଆଇଜି ପୁଲିସ୍ ପର୍ସନାଲ ଏସ ପ୍ରବୀଣ କୁମାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାୟୀ ମିନା ପ୍ରମୁଖ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!