Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଲକାନଗିରି ଗସ୍ତରେ ପୋଲିସ ଡିଜି ଶ୍ରୀ ଅଭୟ

by ସଞ୍ଜୟ ସ୍ୱାଇଁ
October 13, 2021
in State
ମାଲକାନଗିରି ଗସ୍ତରେ ପୋଲିସ ଡିଜି ଶ୍ରୀ ଅଭୟ
38
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରି ଗସ୍ତରେ ପୋଲିସ ଡିଜି ଶ୍ରୀ ଅଭୟ , ଆଇଜି ଅପରେସନ ଅମିତାଭ ଠାକୁର ଓ ଗୁଇନ୍ଦା ନିର୍ଦେଶକ ଅନିରୁଦ୍ଧ ସିଂ । ମାଲକାନଗିରି ଜିଲ୍ଲାକୁ ଏକ ସମ୍ପୁର୍ଣ୍ଣ ମାଓ ମୁକ୍ତ ଅଞ୍ଚଳରେ ପରିଣତ କରିବାକୁ ପୋଲିସର ଏହା ଏକ ବଡ ପଦକ୍ଷେପ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡ ଉପରେ ଗତକାଲି ମାଓବାଦୀ ଓ ଜବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ମାଓବାଦୀ ରହିଛନ୍ତି । ଟପ୍ ମାଓନେତା ତଥା ମାଓ ସଂଗଠନର ସମ୍ପାଦକ ଅନିଲ ଓରଫ କିଶୋର ଓରଫ ମୁକା ସୋଡି ଏହି ଘଟଣାରେ ପ୍ରାଣ ହରାଇଛନ୍ତି ଯାହାର ଉପରେ ଓଡିଶା ସରକାର ପୂର୍ବରୁ ୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ । ଅନ୍ୟ ଜଣେ ମହିଳା ମାଓବାଦୀ ହେଉଛନ୍ତି ଏସିଏମ ସୋନି ତାଙ୍କ ଉପରେ୪ ଲକ୍ଷ ଟଙ୍କାର ପୁରଷ୍କାର ରହିଛି । ସେହିପରି ପାର୍ଟି ମେମ୍ବର ଚିନ୍ନା ରାଓ ଉପରେ ଲକ୍ଷେ ଟଙ୍କାର ପୁରଷ୍କର ରହିଥିଲା । ଘଟଣା ସ୍ଥଳରୁ ଗୋଟିଏ SLR ରାଇଫଲ ଗୋଟିଏ INSAS ରାଇଫଲ ୬ଟି ମାଗାଜିନ ୫୯ ରାଉଣ୍ଡ ଗୁଳି କିଛି ଅଫୁଟା ଡିଟୋନିଟର ୱାକି ଟକି ନକ୍ସଲ କିଟ୍ ବ୍ୟାଗ ଓ ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ଜବତ ହୋଇଛି । ଦରଭା ମାଓ ସଂଗଠନର ସଦସ୍ୟ ମାନେ ତୁଳସୀ ପାହାଡ ଉପରେ ଏକ କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଯାହାକୁ ଆଧାର କରି ଏସ.ଓ.ଜି ଓ ଡି ଭି.ଏଫ ବାହିନିର ଜବାନ ମାନେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ପୋଲିସ ଓ ନକ୍ସଲ ପନ୍ଥିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ସେଠାରେ ସର୍ଚ୍ଚ ଅପରେସନ ବେଳେ ତିନି ଜଣ ମାଓବାଦୀଙ୍କ ମୃତ ଦେହ ଠାବ କରିଥିଲେ ସୁରକ୍ଷା କର୍ମୀ । ଏନେଇ ଗତକାଲି ଦିନ ତମାମ ଜଙ୍ଗଲରେ ଚାଲିଥିଲା କମ୍ବିଂ ଅପରେସନ । ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ ସବୁବେଳେ ମାଓବାଦୀଙ୍କ କାର୍ଯ୍ୟକଳାପ ପାଇଁ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ଆଜି ଡିଜିପି ଅଭୟ କୁମାର ମାଲକାନଗିରି ପହଁଚି ଘଟଣାର ସମୀକ୍ଷା କରୁଛନ୍ତି । ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ଓ ମାଓଦମନ ନେଇ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିବେ। ତୁଳସୀ ପାହାଡ଼ ଏନକାଉଣ୍ଟର ଘଟଣାର ମଧ୍ୟ ସେ ସମୀକ୍ଷା କରୁଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!