ଭୁବନେଶ୍ୱର (ବାଘୁଆବାର୍ତ୍ତା): ପୁଲିସ ଡିଜି ଅଭୟ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କରୋନା ସମୟରେ ପୁଲିସ କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ସେମାନଙ୍କର ନିଷ୍ଠା ଲାଗି ଆଜି ସବୁକିଛି ସମ୍ଭବ ହୋଇଛି । କଳାବଜାରୀ ଯେଉଁଠାରେ ହେଉଛି ପୁଲିସକୁ ସୂଚନା ଦିଅନ୍ତୁ । ଏହି ସମୟରେ ନୂତନ ଅପରାଧ ଶୈଳିରେ ଠକୁଛନ୍ତି ସାଇବର ଠକ । ସେଥିପାଇଁ ସତର୍କ ରହିବା ପାଇଁ କହିଛନ୍ତି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି । ମୋଟ ତିନି ଲକ୍ଷ ସୋଳ ହଜାର ଛଅଶହ ବୟାଅଶି ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୯ କୋଟି ୮୪ ଲକ୍ଷ ୩୫ ହଜାର ୮୨୩ ଟଙ୍କା ଫାଇନ ଆଦାୟ କରାଯାଇଛି । ୨ ହଜାର ୧୮୦ ଦୋକାନକୁ ସିଲ କରାଯାଇଛି । ୮୩୧ ଲୋକଙ୍କୁ ଗିରଫ କରାଯାଇଛି ଓ ୨୬ ହଜାର ୧୪୬ ଗାଡ଼ି ଜବତ ହୋଇଛି । ପୁଲିସ ଡିଜି ଅଭୟ ସମସ୍ତଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।





