Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରେଲ ଲାଇନ କଡ଼ରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ

by ସଞ୍ଜୟ ସ୍ୱାଇଁ
November 26, 2023
in Crime, State
ରେଲ ଲାଇନ କଡ଼ରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ
66
VIEWS
Share on FacebookShare on Twitter

ଟିଟିଲାଗଡ଼, (ବାଘୁଆବାର୍ତ୍ତା): ବଲାଙ୍ଗୀରି ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଳ ଫାଣ୍ଡି ସ୍ଥିତ ଗୋଏଲଭାଡ଼ି ଛକ ନିକଟରେ ଥିବା ଜଙ୍ଗଲର ଟ୍ରେନ ଲାଇନରେ କଟି ଜଣେ ପୋଲିସ କର୍ମଚାରୀଙ୍କ ମୃତଦେହ ରେଲଓ୍ବେ ଲାଇନ ନିକଟରୁ ଉଦ୍ଧାର କରିଛି ଜିଆରପି ପୋଲିସ। ମୃତକ ହେଲେ ସଇଁତଲା ଥାନା ଅନ୍ତର୍ଗତ କୁମ୍ଭକେଲା ଗ୍ରାମର ରୁପାଧର ବଗର୍ତ୍ତି ବୋଲି ଜଣାପଡିଛି । ଯବାନ ଜଣକ ଅନୁଗୁଳ ଜିଲ୍ଲା ପାରାଦୀପ ଠାରେ କାର‌୍ୟ୍ୟରତ ଥିବା ବେଳେ କିଛି ଦିନ ହେଲା ଘରକୁ ଛୁଟିରେ ଆସିଥିଲେ । ଗତ କାଲି କେତେକ ଯୁବକଙ୍କ ସହ ମିଶି ଭୋଜି କରି ଘରକୁ ଆସିଥିଲେ ବୋଲି ଚର୍ଚ୍ଚା ହେଉଛି । ହେଲେ ଭୋର ୪ଟାରୁ ସେ ଘରେ କାହାକୁ କିଛି ନ କହି ଏକ ପଲସର ବାଇକ ଧରି ଚାଲି ଆସିଥିଲେ କ୍ଷ ସକାଳୁ ଟିଟିଲାଗଡ଼କୁ ସଂଯୋଗ କରୁଥିବା ଗୋଏଲଭାଡ଼ି ଛକ ନିକଟସ୍ଥ ଜଙ୍ଗଲ ମଧ୍ୟରେ ରେଳ ଧାରଣାରେ ତାଙ୍କ ଶରୀର ଦୁଇ ଫାଳ ହୋଇଯାଇଥିଲା। ମୃତଦେହ ଦେଖି ଟିଟିଲାଗଡ଼ ଆରପିଏଫ ଥାନାକୁ ଖବର ଦେଇଥିଲେ । ମୃତକଙ୍କ ବଡ଼ଭାଇ ରାଜକୁମାର ବଗର୍ତ୍ତି ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଦୁଇ ରେଳ ଧାରଣା ମଝିରେ ମୃଦଦେହ ପଡ଼ି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ଟ୍ରେନ ଯାଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆତ୍ମହତ୍ୟା ନାଁ ହତ୍ୟା କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ରେଳ ଲାଇନ ନିକଟରେ ମୋବାଇଲ ପଡି ରହି ଥିବା ବେଳେ ମୃତ୍ୟୁର କାରଣ କଣ ତାହା ମୋବାଇଲ ହିଁ ରହସ୍ୟ ଖୋଳିବ ବୋଲି ଆଲୋଚନା ହୋଇଛି । ଜିଆରପି ପୋଲିସ ଘଟଣା ସ୍ଥାନରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!