ନୟାଗଡ଼,୧ା୪ (ସମିସ): ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ୮୬ ତମ ଓଡ଼ିଶା ଆରକ୍ଷୀ ପ୍ରତିଷ୍ଠା ଦିବସ ନୟାଗଡ଼ ରିର୍ଜଭ ପୁଲିସ ପଡ଼ିଆଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟରିଆ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ । ଏଥିସହିତ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପଠନ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ ଯୋଗ ଦେଇ ଅଭିଭାଷଣ ରଖିଥିଲେ । ଉତ୍ତମ କାର୍ଯ୍ୟ ପାଇଁ ଏବଂ ପ୍ଲାଜାମା ଦେଇଥିବା ପୁଲିସ କର୍ମଚାରୀଙ୍କୁ ପୁରଷ୍କୁତ କରାଯାଇଥିଲା ।






