ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କୋଠା ମରାମତି ନାଁରେ ୧ ଲକ୍ଷ ୬୨ ହଜାର ଟଙ୍କାର ଫଲସ୍ ବିଲ ହୋଇଥିବା ନେଇ ଆଜି ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ପୂର୍ବତନ ବିଡିଓ ଓ କର୍ମଚାରୀଙ୍କ ନାଁରେ ଏତଲା ଦେଇଛନ୍ତି । ରଣପୁର ବ୍ଲକରେ କୋଠା ମରାମତି ନାଁରେ ୧ ଲକ୍ଷ ୬୨ ହଜାର ଟଙ୍କାର ଏକ ଫାଇଲ ଖୋଲା ଯାଇଥିଲା । ମରାମତି କରିବା ବଦଳରେ ଉକ୍ତ ଅର୍ଥରେ ଏସି ଓ ଇନ୍ଭୋଟର ଲଗା ଯାଇଥିବା ନେଇ ବିଲ୍ କରାଯାଇଛି । ଏପରିକି ବିଲ୍ ଗୁଡ଼ିକ ସଂଗ୍ରହ ହୋଇଥିବା ଦୋକାନର ଜିଏସ୍ଟି ନମ୍ବରରେ ତାଳ ମେଳ ନଥିବା ଅଧ୍ୟକ୍ଷାଙ୍କ ନଜରକୁ ଆସିଛି । ଯେଉଁ ସଂସ୍ଥାରୁ କୋଟେସନ୍ ସଂଗ୍ରହ କରା ଯାଇଛି, ତାହା ମଧ୍ୟ ନକଲି ବୋଲି ଅଧ୍ୟକ୍ଷାଙ୍କ ନଜରକୁ ଆସିଛି । ସିଧା ସଳଖ ଭାବେ କୈାଣସି କାମ ନକରି ଏହି ଅର୍ଥକୁ ଚଳୁ କରାଯାଇଥିବା ଅଧ୍ୟକ୍ଷା ଥାନାରେ ଏତଲା ଦେଇଛନ୍ତି । ବ୍ଲକ ପୂର୍ବତନ ବିଡିଓ ଜ୍ୟୋତି ପ୍ରକାଶ ସେଠୀ, ଜେଇ ଚିତ୍ତରଞ୍ଜନ ମିଶ୍ର, ଏଇଇ ଜ୍ଞାନେନ୍ଦ୍ର ପାଢ଼ୀ, କ୍ୟାସିୟର ଅର୍ଜ୍ଜୁନ ପ୍ରଧାନ, କିରାଣୀ ସତ୍ୟନାରାୟଣ ନରେନ୍ଦ୍ର ସିଂଙ୍କ ନାମରେ ଏହି ଏତଲା ଦିଆଯାଇଥିବା ସୂଚନା ମିଳିଛି ।





