ଭଦ୍ରକ, (ବାଘୁଆବାର୍ତ୍ତା): ଆକ୍ସନ୍ ମୋଡରେ ଭଦ୍ରକ ପୋଲିସ। ଗୋଟିଏ ସପ୍ତାହରେ ପୋଲିସର ଜୋରଦାର ଚଢ଼ାଉ। ଭଦ୍ରକ ସହର ଅଧୀନ ସହରାଞ୍ଚଳ ଥାନା, ପୁରୁଣା ବଜାର ଥାନା ଓ ଗ୍ରାମାଞ୍ଚଳ ଥାନା ଅଧୀନ ଅଞ୍ଚଳରେ ଭାରପ୍ରାପ୍ତ ସିଟି ଡିଏସପି ତଥା ଅତିରିକ୍ତ ଏସପି ସମ୍ବିତ ମାଝୀଙ୍କ ନେତୃତ୍ଵରେ ଜୋରଦାର ଚଢ଼ାଉ କରାଯାଇଛି। ତେବେ ଗୋଟିଏ ସପ୍ତାହରେ ଭଦ୍ରକ ପୋଲିସ ଚୋରା କୋଇଲା ଚାଲାଣ ଉପରେ ନଜର ରଖିବା ସହ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଛି। ଏଥିରେ ୫ଟି ଚୋରା କୋଇଲା ବୋଝେଇ ଟ୍ରକ୍, ୨ଟି ପିକଅପ୍ ଜବତ୍ କରିବା ସହ ୪ଟି ମାମଲା ରୁଜୁ କରିଛି। ସମାନ ଭାବେ ୩ ଦିନରେ ୫ ବେଆଇନ ଗୋରୁ ଗାଡ଼ି ଜବତ ସହ ୪୫ ରୁ ଅଧିକ ଗୋମାତାଙ୍କୁ ଉଦ୍ଧାର କରାଯାଇଛି। ସହରରେ ୫ଟି ବ୍ରାଉନ ସୁଗାର୍ କେସ୍ ସହ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଭଦ୍ରକ ପୋଲିସ ସବୁବେଳେ ଭଦ୍ରକବାସୀଙ୍କ ସୁରକ୍ଷା ପାଇଁ ରହିଛନ୍ତି। ପୋଲିସ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କାର୍ଯ୍ୟରତ ଅଛି ।ବେଆଇନ ଓ ଚୋରା କୋଇଲା, ଜର୍ଦ୍ଦା ଓ ବ୍ରାଉନଶୁଗାର ଚାଲାଣ ଉପରେ ପୋଲିସ ଚଢ଼ାଉ ଜାରି ରଖିବ ବୋଲି ଭାରପ୍ରାପ୍ତ ସିଟି ଡିଏସପି କହିଛନ୍ତି । ତେବେ ବିଗତ ସପ୍ତାହରେ ପୋଲିସ ଚୋରା କୋଇଲା , ବ୍ରାଉନ ଶୁଗାର , ବେଆଇନ ଗୋଚାଲାଣ ଉପରେ ଆକ୍ସନ ନେଉଛି ପୋଲିସ ।