ନୟାଗଡ଼,(ବାଘୁଆବାର୍ତ୍ତା): ପ୍ରେମିକା ସହିତ ପ୍ରେମିକ ପ୍ରଥମେ ଦୈହିକ ସଂପର୍କ ରଖିବା ଓ ତାପରେ ଧୋକା, ଏଭଳି ଏକ ବିଶ୍ଵାସଘାତକ ପ୍ରେମିକର ଶିକାର ହୋଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଚମ୍ପି ପଞ୍ଚାୟତ ସଦରର ଜଣେ ୧୯ ବର୍ଷିୟା ଯୁବତୀ। ଖାଲି ସେତିକି ନୁହେଁ ଧୋକାବାଜ ପ୍ରେମିକ ବିବାହିତ ଓ ତାର ୨ବର୍ଷର ଗୋଟିଏ ଝିଅଟି ମଧ୍ୟ ଥିବା ପୁଲିସ୍ ସୁତ୍ରରୁ ଜଣାପଡିଛି। ଅଭିଯୁକ୍ତ ପ୍ରେମିକର ନାଁ ନାମ ଚିଙ୍ଗୁଡୁ ମୁଦୁଲି,ବୟସ ୨୨ ଓ ଘର ଝଲାଗୁଡା ବୋଲି ଜଣାପଡିଛି। ଚମ୍ପି ଗ୍ରାମର ଜଣେ ୧୯ ବର୍ଷିୟା ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଝଲାଗୁଡା ଗ୍ରାମର ଚିଙ୍ଗୁଡୁ ମୁଦୁଲି ଆଠ ମାସ ଧରି ଦୈହିକ ସମ୍ପର୍କ ରଖି ଆସୁଥିଲେ। ପରେ ଯୁବତୀ ଜଣକ ଆଠ ମାସ ଗର୍ଭବତୀ ଥିବା ଜାଣି ପାରି ଚିଙ୍ଗୁଡୁ ବିବାହ ହେବାକୁ ମନା କରିଦେଇଥିଲା। ଏନେଇ ମିଛ ପ୍ରତିଶ୍ରୁତିର ଶିକାର ହୋଇଥିବା ଯୁବତୀ ଜଣକ ଲକ୍ଷ୍ମୀପୁର ଥାନାର ଦ୍ଵାରସ୍ତ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଥାନାରେ କେସ ନଂ- ୪୯/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ବର୍ତମାନ ଦୁଇଜଣଙ୍କର ଡାକ୍ତରି ମାଇନା କରା ଯାଇଥିବା ବେଳେ ଆଜି ଚିଙ୍ଗୁଡୁକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଗୌରହରି ସାହୁ କହିଛନ୍ତି।






