ବାଙ୍କୀ, (ବାଘୁଆବାର୍ତ୍ତା): ପୋଲିସ ପାଟ୍ରୋଲିଂ ଗାଡ଼ିକୁ ଢେଲାମାଡ଼। ଯେଉଁଥିରେ ପୋଲିସ ଗାଡ଼ିକୁ କ୍ଷତି ପହଞ୍ଚିଥିବା ସୂଚନା ମିଳିଛି। କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱର ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବୈଦେଶ୍ୱର ପୋଲିସ କାଳିପୋଇ ପଞ୍ଚାୟତ ଚଡେଇବନ୍ଧ ଗାଁରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଜଣେ ଯୁବକ ହଠାତ୍ ପୋଲିସ ଭ୍ୟାନ୍କୁ ଢେଲାମାଡ଼ କରିଥିଲେ । ଯେଉଁଥିରେ ପୋଲିସ ପାଟ୍ରୋଲିଂ ଗାଡ଼ିଟି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି ।ସେହିପରି ଏହି ଘଟଣା ପରେ ପୋଲିସ ଜଣଙ୍କୁ ଅଟକ ରଖି ଜେରା କରୁଛି । କାହିଁକି ଢେଲା ପଥର ମାରିଲେ , ସେନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ । ତେବେ ପୋଲିସ ଅଟକ ରଖିଥିବା ବ୍ୟକ୍ତିଙ୍କ ନାମ ଦନେଇ ସାହୁ ବୋଲି ଜଣାପଡିଛି ।






