Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଠିକା କର୍ମଚାରୀଙ୍କ ୪୧ ଲକ୍ଷ ଲୁଟ, ୪ ଅଧିକାରୀଙ୍କ ଜାଲ ଦସ୍ତଖତ, ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
May 6, 2023
in Crime, State
ଠିକା କର୍ମଚାରୀଙ୍କ ୪୧ ଲକ୍ଷ ଲୁଟ, ୪ ଅଧିକାରୀଙ୍କ ଜାଲ ଦସ୍ତଖତ, ବାନ୍ଧିଲା ପୁଲିସ
216
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): ଠିକା କର୍ମଚାରୀଙ୍କ ବଡ କାରନାମା । ସରକାରୀ ଟଙ୍କା ହଡପ କରି କରୁଥିଲେ ଅୟସ । ବିଳମ୍ବ ହେଲେ ମଧ୍ୟ ଧରାପଡିଛି କଳା କାରନାମା । ୪୧ ଲକ୍ଷ ୪୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ହଡପ କରିଥିବା ଅଭିଯୋଗରେ କୋରାପୁଟ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର(ଡୁଡା) ଆକାଉଣ୍ଟାଣ୍ଟ ପି ଆଶିଷ କୁମାରଙ୍କୁ ଗିରଫ କରିଛି କୋରାପୁଟ ଟାଉନ ଥାନା ପୋଲିସ୍ । କୋରାପୁଟ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥୁଲେ ପି ଆଶିଷ କୁମାର । କାର‌୍ୟ୍ୟାଳୟର ପାସବୁକ୍‌ରେ ଟଙ୍କା ନଥିବା ଜାଣିବା ପରେ ଡୁଡାର ପ୍ରକଳ୍ପ ନିର୍ଦେଶକ କୋରାପୁଟ ଟାଉନ ଥାନାରେ ଏତଲା ଦେଇଥିଲେ । କୋରାପୁଟ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରି ଆଶିଷ କୁମାର କୁ ଗିରଫ କରିଛି ।

ଠିକା ସଂସ୍ଥା ଜରିଆରେ ଡୁଡାର ଆକାଉଣ୍ଟାଣ୍ଟ ଭାବେ ୨୦୨୦ ଅକ୍ଟୋବର ମାସରେ କାମରେ ଯୋଗଦେଇଥିଲେ ପି ଆଶିଷ କୁମାର । ୨୦୨୦ ରୁ ୨୦୨୩ ମଇ ମାସ ସୁଧା ତାଙ୍କର ଜାର‌୍ୟ୍ୟ କାଳ ଅବଧି ମଧ୍ୟରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ପୋଲିସ କହିଛି । ଗୋଟାଏ ଆକାଉଣ୍ଟରୁ ୨୫ଲକ୍ଷ ୮୮ ହଜାର ୨୩୦ଟଙ୍କା ହଡପ ଜରିଥିବା ବେଳେ, ୨ୟ ଆକାଉଣ୍ଟରୁ ୧ ଲକ୍ଷ ୭୮ ହଜାର ୧୫୨ ଟଙ୍କା ,ଦରମା ବାବଦରେ ଥିବା ଅନ୍ୟ ଏକ ଆକାଉଣ୍ଟରୁ ୩ ଲକ୍ଷ ୭୯ ହଜାର ଟଙ୍କା ଜାଲ ଦସ୍ତଖତ କରି ଉଠାଇ ନେଇଥିବା ପୋଲିସ୍ କହିଛି । ସେହିଭଳି ବିଜୁ ଯୁବ ବାହିନୀ ବାବଦ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଉଠାଇନେଇଛି । ବିପୁଳ ଟଙ୍କା ହଡପ କରିଥିବା ତଦନ୍ତରୁ ଜଣା ପଡିବାପରେ ଠିକା କର୍ମଚାରୀ ତଥା ଡୁଡା ସଂସ୍ଥାର ଆକାଉଣ୍ଟାଣ୍ଟ ପି ଆଶିଷ କୁମାରକୁ କୋରାପୁଟ ଟାଉନ ଥାନା ପୋଲିସ୍ କରିଛି ଗିରଫ । ଡୁଡାର ୪ ଜଣ ପ୍ରକଳ୍ପ ନିର୍ଦେଶକଙ୍କ ଜାଲ ଦସ୍ତଖତ୍ କରି ଟଙ୍କା ହଡପ କରିଥିବା ଜଣାପଡିଛି । ଜୟପୁରସ୍ଥ ମହାରାଣିପେଟା ଘରୁ ୭ଟି ପାଶବୁକ, ୨ଟି ଡେଭିଟ କାର୍ଡ, ୨ଟି ଗାଡି, ମୋବାଇଲ ସହ ବହୁ ଆପତିଜନକ ଦସ୍ତାବିଜ ଜବତ କରିଛି ପୋଲିସ୍ । ପ୍ରାଥମିକ ତଦନ୍ତରୁ ୪୧ ଲକ୍ଷରୁ ଉର୍ଦ୍ଧ୍ବ ହଡପ କରିଥିବା ଜଣା ପଡିଛି । ଅଧିକ ତଦନ୍ତ ଜାରି ରହିଛି ବୋଲି କୋରାପୁଟ ଏସଡିପିଓ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!