Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମିଛ ପରିଚୟରେ ସାକ୍ଷୀ ଦେବା ପଡିଲା ମହଙ୍ଗା, ଉଠାଇ ନେଲା ପୋଲିସ

by ସଞ୍ଜୟ ସ୍ୱାଇଁ
March 19, 2025
in Crime, State
ମିଛ ପରିଚୟରେ ସାକ୍ଷୀ ଦେବା ପଡିଲା ମହଙ୍ଗା, ଉଠାଇ ନେଲା ପୋଲିସ
109
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ମିଛ ପରିଚୟରେ ସାକ୍ଷୀ ଦେବା ପଡିଲା ମହଙ୍ଗା । ଜଣେ ଯୁବକଙ୍କୁ ଉଠାଇ ନେଇଛି ପୋଲିସ । ବୌଦ୍ଧ ଜିଲ୍ଲାରୁ ଆସିଛି ଖବର । ଗିରଫ ଅଭିଯୁକ୍ତ ବଢିଗାଁ ଗାଁର ଅକ୍ଷୟ ବେହେରା । ସେ ଏକ ମାମଲାରେ ସନତ ପାଣିଗ୍ରାହୀଙ୍କ ନାଁରେ ଦୌରା ଜଜ୍‌ଙ୍କ କୋର୍ଟରେ ଜାଲ୍‌ ପରିଚୟରେ ସାକ୍ଷୀ ଦେଇଥିଲେ । ଅକ୍ଷୟ ନିଜକୁ ସନତ ପାଣିଗ୍ରାହୀ ପରିଚୟ ଦେଇ ସାକ୍ଷୀ ଦେଇଥିଲେ । ସିଭିଲ କୋର୍ଟ ରେଜିଷ୍ଟ୍ରାରଙ୍କ ରିପୋର୍ଟ ପରେ ଅକ୍ଷୟକୁ ଗିରଫ କରିଛି ଆଦର୍ଶ ଥାନା ପୋଲିସ । ତଥ୍ୟ ମୁତାବକ ଗତ ୧୭ ତାରିଖରେ ଏକ ଜାତିଆଣ ମାମଲାର ବିଚାର ପାଇଁ ସନତ ପାଣିଗ୍ରାହୀଙ୍କୁ ନୋଟିସ୍‌ କରିଥିଲା କୋର୍ଟ । ତେବେ କୋର୍ଟକୁ ସନତ ଯାଇନଥିଲେ । ତାଙ୍କ ସ୍ଥାନରେ ବସ୍ତମପୁର ସ୍ଥିତ ବଢିଗାଁର ଅକ୍ଷୟ ବେହେରା ନିଜକୁ ସନତ ପାଣିଗ୍ରାହୀଙ୍କ ପରିଚୟ ଦେଇ କୋର୍ଟରେ ସାକ୍ଷୀ ଦେଇଥିଲେ । ତେବେ ମାନ୍ୟବର କୋର୍ଟ ଏ ସୂଚନା ପାଇବା ପରେ ସିଭିଲ କୋର୍ଟ ରେଜିଷ୍ଟାରଙ୍କୁ ଥାନାରେ ଅଭିଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରେଜିଷ୍ଟାର ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବସ୍ତମପୁର ଗାଁରୁ ଅକ୍ଷୟଙ୍କୁ ଗିରଫ କରିଥିଲା । ତେବେ କେଉଁ କାରଣ ପାଇଁ ଅକ୍ଷୟ ମିଛ ପରିଚୟ ଦେଇ କୋର୍ଟରେ ସାକ୍ଷୀ ଦେଉଥିଲେ ତାର ତଦନ୍ତ ଚାଲିଥିବା କହିଛନ୍ତି ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମୁନି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!