Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡିଆ କୋରିଓଗ୍ରାଫରଙ୍କୁ ବାନ୍ଧିଲା ହାଇଦ୍ରାବାଦ ପୁଲିସ

by ସଞ୍ଜୟ ସ୍ୱାଇଁ
December 3, 2024
in Crime, State
ଓଡିଆ କୋରିଓଗ୍ରାଫରଙ୍କୁ ବାନ୍ଧିଲା ହାଇଦ୍ରାବାଦ ପୁଲିସ
90
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏମ୍‌ଡିଏମ୍‌ଏ ଭଳି ମାରାତ୍ମକ ଡ୍ରଗ୍ସ ଓ ଓଜି କୁଶ ଭଳି ହାଇବ୍ରିଡ୍‌ ଗଞ୍ଜେଇ ସେବନ କରୁଥିଲେ । ବେଙ୍ଗାଲୁରୁରୁ କମ୍‌ ଦାମରେ କିଣି ହାଇଦ୍ରାବାଦ୍‌ରେ ବିକୁଥିଲେ । ଏଭଳି ଅଭିଯୋଗରେ ହାଇଦ୍ରାବାଦ ପୁଲିସ ଓଡିଆ କୋରିଓଗ୍ରାଫର କାହ୍ନା ମହାନ୍ତିଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି । ଅନ୍ୟମାନେ ହେଲେ, କୋନ୍ଦାମ ପ୍ରିୟଙ୍କା ରେଡ୍ଡି, ଗୁଲିପଲ୍ଲି ଗଙ୍ଗାଧର, ଓଗିରାଲ୍ଲା ଶାକି । ପୁଲିସ ସେମାନଙ୍କଠାରୁ ୧୮ ଗ୍ରାମ ଏମ୍‌ଡିଏମ୍‌ଏ ଡ୍ରଗସ୍‌ ସହ ୧ ଗ୍ରାମ ଓଜି କୁଶ, ୭ ଗ୍ରାମ ଚରସ ଜବତ କରିଛି । କାହ୍ନାଙ୍କ ଘର ଭୁବନେଶ୍ୱରରେ । ସେ ଜଣେ ଜଣାଶୁଣା କୋରିଓଗ୍ରାଫର। ଏହାସହ ସେ ହାଇଦ୍ରାବାଦ୍‌ରେ ଏକ ଘରୋଇ ସଂସ୍ଥାରେ ଚାକିରି ମଧ୍ୟ କରିଛନ୍ତି । ପ୍ରିୟଙ୍କା ହେଉଛନ୍ତି, ହାଇଦ୍ରାବାଦର ଜଣେ ପ୍ରସିଦ୍ଧ ଆର୍କିଟେକ୍‌ । ସେହିପରି ବିଶାଖାପାଟନମ୍‌ର ଗଙ୍ଗାଧର ଜଣେ ଷ୍ଟକ୍‌ ମାର୍କେଟ ଟ୍ରେଡର ହୋଇଥିବା ବେଳେ ଓଗିରାଲ୍ଲା ହାଇଦ୍ରାବାଦରେ ରହି ଚାକିରି ଖୋଜୁଛନ୍ତି । ଗତ ୩୦ ତାରିଖ ରାତିରେ ଏମାନେ କାହ୍ନା ବ୍ୟୁଟିକ୍‌ ହୋଟେଲର ରୁମ୍‌ ନଂ ୩୦୩ରେ ରହିଥିଲେ । ସେଠାରେ ସେମାନେ ନିଶା ସେବନ କରୁଥିବା ନେଇ ସାଇବରାବାଦ କମିଶନରେଟ ପୁଲିସର ଏସ୍‌ଓଟି ଶାଖାକୁ ଖବର ମିଳିଥିଲା । ଉକ୍ତ ଶାଖାର ଏକ ଟିମ୍‌ ସଙ୍ଗେ ସଙ୍ଗେ ଗଛିବ୍ୟୁଲି ଥାନା ପୁଲିସ ସହାୟତାରେ ଉକ୍ତ ହୋଟେଲରେ ଚଢ଼ଉ କରିଥିଲା । ସେତେବେଳକୁ ଏମାନେ ସମସ୍ତେ ନିଶାରେ ଚୂର୍‌ ଥିଲେ । ଉକ୍ତ ରୁମ୍‌ରୁ ପୁଲିସ ନିଶାଦ୍ରବ୍ୟ ଜବତ କରିବା ସହ ସମସ୍ତଙ୍କୁ ଗିରଫ କରିଥିଲା । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ କାହ୍ନା ଓ ଗଙ୍ଗାଧର ଏସବୁ ମାରାତ୍ମକ ନିଶା ସେବନ କରିବା ସହ ବେପାର କରୁଥିଲେ । ବେଙ୍ଗାଲୁରୁର ଜଣେ ନିଶା ମାଫିଆଠାରୁ ସେମାନେ ଏସବୁ ନିଶାଦ୍ରବ୍ୟ କମ୍‌ ଦାମରେ ମଗାଉଥିଲେ । ହାଇଦ୍ରାବାଦ୍‌ର ଯୁବପିଢ଼ିଙ୍କୁ ଚଢ଼ା ଦରରେ ବିକୁଥିଲେ । ପ୍ରିୟଙ୍କା ଓ ଓଗିରାଲ୍ଲା ଡ୍ରଗ୍ସ କିଣିବା ପାଇଁ ଉକ୍ତ ହୋଟେଲକୁ ଯାଇଥିବା ବେଳେ ଚଢ଼ାଉ କରାଯାଇଥିଲା । ପୁଲିସ ବର୍ତ୍ତମାନ ନିଶା ଯୋଗାଉଥିବା ମାଫିଆକୁ ଖୋଜୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!