Monday, July 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଭିଡ୍‌ ନିୟମ ଉଲ୍ଲଂଘନ ନେଇ ଜଣେ ନାବାଳକଙ୍କୁ ପିଟିଲା ପୁଲିସ, ଏହାକୁ ନେଇ ପୂଜାସମିତି କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା

by ସଞ୍ଜୟ ସ୍ୱାଇଁ
October 17, 2021
in State
କୋଭିଡ୍‌ ନିୟମ ଉଲ୍ଲଂଘନ ନେଇ ଜଣେ ନାବାଳକଙ୍କୁ  ପିଟିଲା ପୁଲିସ, ଏହାକୁ ନେଇ ପୂଜାସମିତି କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା
109
VIEWS
Share on FacebookShare on Twitter

କଟକରୋଡ, (ବାଘୁଆବାର୍ତ୍ତା): କୋଭିଡ୍‌ ନିୟମ ଉଲ୍ଲଂଘନ ନେଇ ଜଣେ ନାବାଳକଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଦୋକାନରୁ ଉଠାଇ ନେଇ ମାଡ଼ ମାରିଛି । ଏହାକୁ ନେଇ ପୁରୁଣା ଷ୍ଟେସନ ବଜାର ପୂଜାସମିତି କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେମାନେ ଶୁକ୍ରବାର ରାତିରେ ଥାନା ଘେରାଉ କରିଥିଲେ । ଏନେଇ ଡିସିପି ଉମାଶଙ୍କର ଦାସଙ୍କୁ ଭେଟି ଏସ୍‌ଆଇ ଶଶିକାନ୍ତ ରାଉତ ଓ ହୋମ୍‌ଗାର୍ଡ ପ୍ରକାଶଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲେ । ମିଳିଥିବା ସୂଚନା ମୁତାବକ, ସମିତି ନିକଟରେ ଏକ ପୂଜାସାମଗ୍ରୀ ଦୋକାନ ରହିଛି । ଶୁକ୍ରବାର ରାତିରେ ଦୋକାନ ଚଳାଉଥିବା ଜଣେ ନାବାଳକ ଦୋକାନ ବନ୍ଦ କରିବାରେ ସାମାନ୍ୟ ବିଳମ୍ବ କରିଥିଲେ । ତେବେ ପାଟ୍ରୋଲିଂରେ କରୁଥିବା ଥାନାର ଏସ୍‌ଆଇ ଶଚିକାନ୍ତ ରାଉତ ସଂପୃକ୍ତ ନାବାଳକଙ୍କୁ କର୍ଫ୍ୟୁ ନିୟମ ଉଲ୍ଲଂଘନ ଅଭିଯୋଗରେ ମାଡ଼ ମାରିବା ସହ ଥାନାକୁ ନେଇ ଆସିଥିଲେ । ଏଥିସହ ଆଉ କିଛି ବ୍ୟବସାୟୀଙ୍କୁ ମଧ୍ୟ ଥାନାକୁ ନେଇ ଆସିଥିଲେ । ତେବେ ଏହାକୁ ବିରୋଧ କରି ଷ୍ଟେସନ୍‌ ବଜାର ପୂଜା ସମିତିର କର୍ମକର୍ତ୍ତାମାନେ ଥାନାରେ ପହଞ୍ଚି ସଂପୃକ୍ତ ନାବାଳକଙ୍କୁ ଛାଡ଼ିବାକୁ କହିଥିଲେ । ହେଲେ ଥାନାର କୌଣସି କର୍ମଚାରୀ ସେମାନଙ୍କ କଥା ଶୁଣିନଥିଲେ । ଏହାର ପ୍ରତିବାଦ କରି ପୂଜା ସମିତିର କର୍ମକର୍ତ୍ତାମାନେ ଲକ୍ଷ୍ମୀସାଗର ଥାନା ଘେରାଉ କରିଥିଲେ । ଏହି ସମୟରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଆଇଆଇସିଙ୍କ ଡ୍ରାଇଭର ପ୍ରକାଶ । ଧାରଣା ଦେଇଥିବା ପୂଜା ସମିତିର କର୍ମକର୍ତ୍ତାଙ୍କ ଉପରେ ଗାଡ଼ି ଚଢାଇ ଦେବେ ବୋଲି ଧମକ ଦେଇଥିଲେ । ଏହା ପରେ ସ୍ଥିତି ପୂରା ବିଗିଡ଼ି ଯାଇଥିଲା । ଦୀର୍ଘ ସମୟ ସେଠାରେ ବସିବା ପରେ ନିଷ୍ପତ୍ତି ନେଇଥିଲେ ଯେ ପର୍ୟ୍ୟନ୍ତି ଏସ୍‌ଆଇ ଶଶିକାନ୍ତ ରାଉତ ଓ ହୋମ୍‌ଗାର୍ଡ ପ୍ରକାଶଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନ ହୋଇଛି ସେ ପର୍ୟ୍ୟନ୍ତ ଭସାଣି କରାଯିବ ନାହିଁ । ଏ ବିଷୟରେ ଖବର ପାଇଥିଲେ ଡିସିପି ଶ୍ରୀ ଦାସ । ତା’ପରେ ପୂଜା ସମିତିର କର୍ମକର୍ତ୍ତାଙ୍କୁ ଡାକି ବୁଝାସୁଝା କରିଥିଲେ । ଜଣେ ଅତିରିକ୍ତ ଡିସିପିଙ୍କୁ ଏହି ଘଟଣାର ତଦନ୍ତ ଦାୟତ୍ୱ ଦେଇଥିଲେ । ଉକ୍ତ ଏସ୍‌ଆଇଙ୍କ ବିରୋଧରେ ଅନେକ ଅଭିଯୋଗ ଆସୁଛି ବୋଲି ଡିସିପି ସୂଚନା ଦେଇଛନ୍ତି । ଏସିପି ଓ ଆଇଆଇସିଙ୍କୁ ମଧ୍ୟ ଡିସିପି ତାଗିଦ୍‌ କରିଥିଲେ । ଅତିରିକ୍ତ ଡିସିପି ତଦନ୍ତ ରିପୋର୍ଟ ଦେଲେ ଏସ୍‌ଆଇ୍‌ଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!