Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ ଓ ମାଓବାଦୀ ଗୁଳିବିନିମୟ, ୫ ନକ୍ସଲ ନିହତ

by ସଞ୍ଜୟ ସ୍ୱାଇଁ
June 16, 2021
in Crime, State
ପୁଲିସ ଓ ମାଓବାଦୀ ଗୁଳିବିନିମୟ, ୫ ନକ୍ସଲ ନିହତ
83
VIEWS
Share on FacebookShare on Twitter

ମାଲକାନଗିରି (ବାଘୁଆବାର୍ତ୍ତା) : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ତିନି ଚାରି ଘଣ୍ଟା ଧରି ଗୁଳି ବିନିମୟ ଚାଲିବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ପୁଲିସ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି। କୁଲବେଡ଼ା ଜଙ୍ଗଲରେ ମାଓ ଶିବିର ଚାଲିଥିବା ନେଇ ସୂଚନା ପାଇବା ପରେ ଗତକାଲି ପୁଲିସ୍ ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା। ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ ମିଳିତ ଭାବେ ଏହି ଅପରେସନ୍ କରାଯାଇଥିଲା। ସକାଳେ ନକ୍ସଲଙ୍କ ସହିତ ଏହି ଟିମ୍‌ର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିୟମ ହୋଇଥିଲା। ଏହା ପରେ ନକ୍ସଲମାନେ ସେଠାରୁ ପଳାଇ ଥିଲେ। ପୁଲିସ୍ ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହିତ କିଛି ମାଓ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି। ଉକ୍ତ ଅଞ୍ଚଳରେ ପୁଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବେଳେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ସେଠାକୁ ପଠାଯାଇଛି। ଏଥିରେ ୫ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ଏହି ନକ୍ସଲମାନେ ଛତିଶଗଡ଼ କ୍ୟାଡରର ବୋଲି କୁହାଯାଉଛି। ସେମାନେ ଏଠାରେ କ୍ୟାମ୍ପ କରିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ଯୋଗାଯୋଗରେ ରହିଥିଲେ। ଏଣୁ ସେମାନେ କିଛି ବଡ଼ ଯୋଜନା କରୁଥିଲେ ବୋଲି କୁହାଯାଉଛି। ୫ ଦିନ ତଳେ ବରଗଡ଼ ଜିଲ୍ଲା ପଦମପୁର ଥାନା ଅନ୍ତର୍ଗତ ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ରାଜ୍ୟ ପୁଲିସ୍‌ର ମିଳିତ ଟିମ୍‌ର ଅପରେସନ୍‌ରେ ଜଣେ ନକ୍ସଲ ପ୍ରାଣ ହରାଇଥିଲା। ତା’ ନାଁ ରବୀନ୍ଦ୍ର। ସେ ନକ୍ସଲ ସଂଗଠନର ଜଣେ ସିନିୟର କ୍ୟାଡର ଥିଲା। ତା’ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ନିହତ ରବୀନ୍ଦ୍ର ଠାରୁ ଏକ ଏକେ ୪୭ ବନ୍ଧୁକ ଜବତ କରାଯାଇଥିଲା। ସେ ତା’ ସହଯୋଗୀମାନଙ୍କ ସହିତ ଛତିଶଗଡ଼ରୁ ଓଡ଼ିଶା ସୀମାରେ ପ୍ରବେଶ କରିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!