Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ ଉପରେ ଦାଦାଗିରି ଦେଖାଇଲେ ଡାକ୍ତର

by ସଞ୍ଜୟ ସ୍ୱାଇଁ
September 29, 2021
in State
ପୁଲିସ ଉପରେ ଦାଦାଗିରି ଦେଖାଇଲେ ଡାକ୍ତର
113
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ପୁଲିସ ଉପରେ ଦାଦାଗିରି ଦେଖାଇଲେ ଡାକ୍ତର। ତା’ ପୁଣି ଡ୍ୟୁଟି ସମୟରେ। ପାଟିକୁ ଯାହା ଆସିଲା ଗାଳିଗୁଲଜ କଲେ ଡାକ୍ତର। ଏସବୁ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଚିକିତ୍ସାଳୟର ପରିସର ଭିତରେ ଡାକ୍ତର ଜଣେ ପୁଲିସ କନଷ୍ଟେବଳଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ଅଭଦ୍ର ଭାଷାରେ ଗାଳି ଗୁଳଜ କରିଛନ୍ତି। ଏପରିକି ଡାକ୍ତର ଜଣକ ପୁଲିସ୍ କନଷ୍ଟେବଳଙ୍କ ଉପରକୁ ହାତ ମଧ୍ୟ ଉଠାଇଛନ୍ତି। ଏ ନେଇ କନଷ୍ଟେବଳ ଜଣକ ଡାକ୍ତର ବାବୁଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ କନଷ୍ଟେବଳଙ୍କ ଉପରକୁ ହାତ ଉଠାଇଥିବା ଡାକ୍ତର ଜଣକ ହେଲେ ସ୍ୱାଧୀନ ରଥ। ଆଉ ଥାନାରେ ଅଭିଯୋଗ କରିଥିବା କନଷ୍ଟେବଳ ଜଣକ ହେଲେ ଧ୍ରୁବଚରଣ ବେହେରା। ଡାକ୍ତରବାବୁ କେଉଁଭଳି ପୁଲିସ୍ କନଷ୍ଟେବଳଙ୍କୁ ଗାଳିଗୁଲଜ କରୁଛନ୍ତି, ତାହା ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଡାକ୍ତର ଜଣକ ବାରମ୍ବାର ପୁଲିସ ଗାଡ଼ି ପାଖକୁ ଆସି କନଷ୍ଟେବଳଙ୍କୁ ମନଇଚ୍ଛା ଅଶ୍ଳୀଳ ଗାଳି ଗୁଳଜ କରିଛନ୍ତି। ଡାକ୍ତର ବାବୁଙ୍କୁ ଯେତେ ବୁଝାଇଲେ ସେ କିଛି ବି ଶୁଣିନଥିଲେ। ପୁଲିସ କନଷ୍ଟେବଳଙ୍କୁ ଗାଳିଗୁଲଜ କରିବା ସମୟରେ ତାଙ୍କ ଉପରକୁ ହାତ ଉଠାଇବାକୁ ମଧ୍ୟ ପଛାଇ ନଥିଲେ ଡାକ୍ତର। ଏପରିକି କନଷ୍ଟେବଳ ଜଣକ ପିସିଆର୍ ଭ୍ୟାନର ଆଗ ସିଟରେ କାହିଁକି ବସୁଛନ୍ତି ବୋଲି ଡାକ୍ତର ଜଣକ ଯୁକ୍ତି କରିଥିଲେ। ଏହାରି ଭିତରେ ଡାକ୍ତର ଜଣକ କନଷ୍ଟେବଳଙ୍କୁ କୋଭିଡ-୧୯ର ନିୟମ ମଧ୍ୟ ଶିଖାଉଥିବା ଦେଖିବାକୁ ମିଳିଛି। ତେବେ ସବୁଠାରୁ ବଡ଼ କଥା ପୁଲିସ ଆଗରେ ପୁଲିସକର୍ମୀଙ୍କୁ ମାରିବା ପାଇଁ ହାତ ଉଠାଇଛନ୍ତି ଡାକ୍ତର ବାବୁ। ଏ ନେଇ କନଷ୍ଟେବଳେ ଟାଉନ ଥାନାରେ ଡାକ୍ତର ସ୍ୱାଧୀନ ରଥଙ୍କ ନାଁରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି ଏବଂ ଏହାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି SDPO।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!