ନୟାଗଡ଼,(ବାଘୁଆବାର୍ତ୍ତା): ଗୋଷ୍ଠୀ ସଂଘର୍ଷରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସୂଚନାନୁସାରେ, କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ଭାଗବତପୁର ଓ ବୁଢ଼ାପଙ୍କ ଗାଁ ଗାଁ ମଧ୍ୟରେ ଗୋଷ୍ଟୀ ସଂଘର୍ଷରେ ବୋମା ବର୍ଷଣ ଓ ଗୁଳିମାଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଉଭୟଙ୍କ ଗାଁ ନିକଟସ୍ଥ ଜଙ୍ଗଲ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ବିବାଦ ଦୀର୍ଘ ଧରି ରହିଥିଲେ ବିବାଦ ତୁଟିନଥିଲା । ଉଭୟ ଗାଁ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା । ଯାହାଫଳରେ ଗାଁ ଗାଁ ମଧ୍ୟରେ ଗୁଳି ଓ ବୋମା ବର୍ଷଣ ହୋଇଥିଲା । ଗାଁ ଗାଁ ବିବାଦରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହାତ ହୋଇଥିବା ସୂଚନା ମିଳିଛି । ଆହାତ ହାଇଥିବା ବ୍ୟକ୍ତିମାନଙ୍କୁ ପ୍ରଥମେ ମାଣିଆବନ୍ଧ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ମାନେ ହେଲେ ଭାଗବତପୁର ଗାଁର ଅଶ୍ୱନୀ ପାଳ ଓ ପବିତ୍ର ଆରୁଖ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ କଟକ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥ ଅଭିମାନପୁର ଛକ ଠାରେ ମୃତ ଶରୀର ରଖି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ବଡ଼ମ୍ବା ପୁଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି ।






