Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାଞ୍ଚ ପୁଲିସ କର୍ମଚାରୀ ନିଲମ୍ବିତ, ଟାୟାର ଜାଳି କରୁଥିଲେ ଶବ ସଂସ୍କାର

by ସଞ୍ଜୟ ସ୍ୱାଇଁ
May 18, 2021
in NATIONAL NEWS
ପାଞ୍ଚ ପୁଲିସ କର୍ମଚାରୀ ନିଲମ୍ବିତ, ଟାୟାର ଜାଳି କରୁଥିଲେ ଶବ ସଂସ୍କାର
239
VIEWS
Share on FacebookShare on Twitter

ଲକ୍ଷନୌ (ବାଘୁଆବାର୍ତ୍ତା): କରୋନା ସମୟରେ ଉତ୍ତରପ୍ରଦେଶରୁ ଗୋଟିଏ ପରେ ଗୋଟିଏ ଅମାନବୀୟ ଘଟଣା ଦେଖିବାକୁ ମିଳୁଛି । କେତେବେଳେ ନଦୀରେ ଶବ ଫିଙ୍ଗା ହେଉଛି ତ ଆଉ କେବେ କରୋନା ପଜିଟିଭ ଶବକୁ ଏଣେତେଣେ ଫିଙ୍ଗା ଚାଲିଛି । ଇଏ ତ ସାଧାରଣ ଜନତାଙ୍କ କଥା । କିନ୍ତୁ ଆଇନର ରକ୍ଷକ ପୁଲିସ କର୍ମଚାରୀମାନେ ମଧ୍ୟ ଏଭଳି କିଛି କାର୍ଯ୍ୟ କରିଛନ୍ତି ଯାହା ପାଇଁ ସେମାନଙ୍କୁ ନିଲମ୍ବିତ କରିଛନ୍ତି ଉତ୍ତରପ୍ରଦେଶ ସରକାର । ଏହି ଘଟଣା ଘଟିଛି ରାଜ୍ୟରେ ବାଲ୍ଲିଆ ଜିଲ୍ଲାରେ । ଗଙ୍ଗା ଘାଟରେ ମୃତଦେହକୁ ଟାୟାର ଓ ପେଟ୍ରୋଲ ଯୋଗେ ପୋଡାଯାଉଛି । କିଛି ପୁଲିସ କର୍ମଚାରୀ ଅନ୍ତିମ ସଂସ୍କାର କାର୍ଯ୍ୟର ତଦାରଖ କରୁଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପୁଣିଥରେ ଉତ୍ତର ପ୍ରଦେଶ ସରକାରଙ୍କ ଅପାରଗତା ପଦାରେ ପଡିଛି । ଏହି ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ନଦୀରୁ ବାହାର କରାଯାଇଥିବା ଏକ ଶବକୁ ପୋଡିବା ପାଇଁ ଜୁଇ ନିଆଁରେ ପେଟ୍ରୋଲ ପକାଉଛନ୍ତି ଓ ଗାଡ଼ି ଟାୟାର ମଧ୍ୟ ନିଆଁରେ ଜାଳୁଛନ୍ତି । ଆଉ ସେଠାରେ ଉପସ୍ଥିତ ରହି ଏହି ସମସ୍ତ ଘଟଣାକୁ ଦେଖୁଛନ୍ତି ବିଭାଗୀୟ ଅଧିକାରୀ । ସୂଚନା ଥାଉକି ନଦୀରେ ଶବ ଫିଙ୍ଗାଯାଉଥିବାରୁ ନଦୀକୂଳରେ ପେଟ୍ରୋଲିଂ କରିବା ପାଇଁ ରାଜ୍ୟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର । ହେଲେ ପୁଲିସ ଉପସ୍ଥିତିରେ ଚାଲିଛି ଏମିତି ବେଆଇନ କାର୍ଯ୍ୟ । ଏହି ଘଟଣାରେ ୫ ଜଣ ପୁଲିସଙ୍କୁ ନିଲମ୍ବିତ କରାଯାଇଛି । ତା ସହିତ ଭାଇରାଲ ଭିଡିଓର ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଦୁଇଦିନ ତଳେ ନଦୀ କୂଳରୁ ଦୁଇଟି ଶବ ମିଳିଥିଲା । ଖବର ମିଳିବା ପରେ ପୁଲିସକୁ ତୁରନ୍ତ ସେଠାରେ ପହଞ୍ଚି ଶବ ଉଦ୍ଧାର କରିବା ସହିତ ତୁରନ୍ତ ସଂସ୍କାର କାର୍ଯ୍ୟ ସାରିବାକୁ ଟାୟାର ଓ ପେଟ୍ରୋଲର ବ୍ୟବହାର କରିଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!