ନୟାଗଡ଼,(ବାଘୁଆବାର୍ତ୍ତା): ଦଶପଲ୍ଲା ଥାନା ଅଧିନସ୍ଥ ଟାକରା ରଥିପୁର ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ୧୨ବର୍ଷର ପୁଅ ପ୍ରଦୀପ୍ତ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଛି । ଖବରପାଇ ଦଶପଲ୍ଲାରୁ ଦମକଳ ବାହିନୀର ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ପ୍ରଦୀପ୍ତକୁ ସଂକଟଜନକ ଭାବେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ଦଶପଲ୍ଲା ପୁଲିସ୍ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଯାଇଛି । ପ୍ରାଣ ହରାଇଥିବା ଛାତ୍ର ପ୍ରଦୀପ୍ତ ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରଥିଲା । ଛାତ୍ରର ଅକାଳ ମୃତ୍ୟୁ ଯୋଗୁଁ ପରିବାର ତଥା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।






